Pratidin TV

Odisha's Digital News Platform

ହଜିଲା ଭାଈକୁ ଖୋଜିବା ପାଇଁ ଭଉଣୀର ଆକୁଳ ନିବେଦନ

1 min read

ଘରୁ ବାହାରି ଯାଇଥିଲା ଠାକୁର ଦେଖିବାକୁ ହେଲେ ଠାକୁର ଦେଖି ସାରି ଆଉ ଫେରି ନଥିଲା ଘରକୁ। ବହୁତ୍ ଖୋଜାଖୋଜି କରିଥିଲେ ପରିବାର ଲୋକେ ହେଲେ ମଧ୍ୟ ପାଇ ନ ଥିଲେ ସାନ ଭାଇ ଚିଡୁକୁ । ସୂଚନା ମୁତାବକ କେନ୍ଦୁଝର ଜିଲ୍ଲାର ତପନ୍ ହୋ ସେହି ଅଞ୍ଚଳର ପାର୍ବତୀ ହୋନାଗକୁ ଵିଵାହ କରିଥିଲେ। ବିବାହର କିଛି ଦିନ ପରେ ଘରୁ ପଳାଇ ଆସି ଭଦ୍ରକ ବାଉଦପୁରରେ ଘର ଭଡ଼ା ନେଇ ରହିଆସୁଥିଲେ ସ୍ୱାମୀ ସ୍ତ୍ରୀ। କିଛି ଦିନ ପରେ ପାର୍ବତୀ ହୋନାଗ ଙ୍କ ସାନ ଭାଇ ଚିଡୁ ହୋନାଗ ଘରେ ବଦମାସ କରିବାରୁ ଭଉଣୀ ପାଖରେ ରହି ପାଠ ପଢ଼ିବାକୁ ଭଦ୍ରକ ଆସିଥିଲେ ଆଉ ଭଉଣୀ ପାଖରେ ରହି ପାଠ ମଧ୍ୟ ପଢୁଥିଲେ।

ଗତ ୧୬ ତାରିଖ ଦିନ ସାନ ଭାଇ ଚିଡୁ ହୋନାଗ ଭଉଣୀ ପାଖରେ ବଦମାସ କରିବାକୁ ଭଉଣୀ ରାଗରେ ତାକୁ ବାଡେଇ ଥିଲେ। ପରେ ଚିଡୁ ହୋନାଗ ଠାକୁର ଦେଖି ଆସେ ବୋଲି କହି ଘରୁ କେଉଁଆଡେ ଚାଲିଯାଇଥିଲେ ଆଉ ସକାଳ ଯାଇ ସନ୍ଧ୍ୟା ହେଲା ହେଲେ ଘରକୁ ଫେରିନଥିଲେ ସାନ ଭାଇ ଚିଡୁ । ଭଉଣୀ ବହୁତ୍ ଖୋଜାଖୋଜି କଲେ ମଧ୍ୟ ପାଇ ନଥିଲେ ସାନ ଭାଇକୁ । ଶେଷରେ ନିରାଶ ହୋଇ ଗତ ୧୭ ତାରିଖ ଦିନ ଭାଇକୁ ଖୋଜି ଆଣିବାକୁ ଭଦ୍ରକ ଗ୍ରାମାଞ୍ଚଳ ଥାନରେ ଲିଖିତ ଅଭିଯୋଗ କରିଥିଲେ। ସେ ଗଲାବେଳେ କଳା ରଙ୍ଗର ପ୍ୟାଣ୍ଟ ଓ ସାର୍ଟ ପିନ୍ଧିଥିବା ବେଳେ ଏକ ହଳଦୀଆ ରଙ୍ଗର ଚାଦର ମଧ୍ୟ ନେଇଯାଇଛି। ଉଚ୍ଚତା ୩ ଫୁଟ ସହ ବୟସ ୮ ବର୍ଷ ବୋଲି କହି ତା’ ର ସାନ ଭାଇକୁ ଫେରାଇ ଆଣିବାକୁ ଆକୁଳ ନିବେଦନ କରିଛନ୍ତି ଭଉଣୀ ପାର୍ବତୀ l ଯଦି କେହି ସହୃଦୟ ବ୍ୟକ୍ତି ଏହି ପିଲାଟିର ସନ୍ଧାନ ପାଆନ୍ତି ଏହି ନମ୍ୱର୍ ରେ ୭୪୧୬୮୧୦୭୩୫ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *