Pratidin TV

Odisha's Digital News Platform

ବେଲଗୁଣ୍ଠାରେ ୫ଟି ଅଧ୍ୟକ୍ଷଙ୍କ ଉପରେ ଟମାଟମାଡ , ଥାନାରେ ଅଟକ ଯୁବକ…

1 min read

ଗଞ୍ଜାମ ବେଲଗୁଣ୍ଠାରେ ୫ଟି ଅଧ୍ୟକ୍ଷଙ୍କ ଉପରେ ଟମାଟମାଡ ହୋଇଛି । ହେଲେ ଏହାକୁ ଖାତିର ନକରି ନ କରି ଲୋକଙ୍କ ନିକଟକୁ ଗଲେ । ଲୋକଙ୍କ ସମସ୍ୟା ବିଷୟରେ ଆଲୋଚନା କଲେ ୫ଟି ଅଧ୍ୟକ୍ଷ । ବେଲଗୁଣ୍ଠାରେ ଆୟୋଜିତ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଜନସଭାକୁ ଉଦବୋଧନ ଦେଇ ସେ କହିଛନ୍ତି, ତାଙ୍କ ଉପରକୁ ଟମାଟୋ, ଅଣ୍ଡା, ଚପଲ, କାଳିମାଡ, ଗୁଳିମାଡ କରନ୍ତୁ । କିଛି ପରବାୟ ନାହିଁ । ଲୋକଙ୍କ ପାଖକୁ ଆସିବେ ଆଉ ସେ ସେବା କରିବେ । ଭିକେ ପାଣ୍ଡିଆନ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଅନେକ ଲୋକ ଆସିବେ, ମଞ୍ଚଉପରେ ଭାଷଣ ଦେଇ ଚାଲିଯିବେ । ମାତ୍ର ମୁଁ ସେପରି ଲୋକ ନୁହେଁ । ଲୋକଙ୍କ ସେବା କରିଚାଲିବି ।

ଓଡିଶାର ବିକାଶ ପାଇଁ ପ୍ରତିଜ୍ଞାବଦ୍ଧ ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ । ଲୋକଙ୍କ ସେବା କରିବା ପାଇଁ ସାମ୍ନାକୁ ଆସୁଥିବା ସବୁ ବାଧା ବିଘ୍ନକୁ ସାମ୍ନା କରି ପହଞ୍ଚୁଛନ୍ତି ସାଧାରଣ ଲୋକଙ୍କ ପାଖରେ , ଆଉ ତାଙ୍କର ଦୁଃଖ ବୁଝୁଛନ୍ତି । ଓଡିଶାବାସୀଙ୍କ ସେବା ତାଙ୍କ ଜୀବନର ବ୍ରତ ଭାବରେ ମାନିନେଇଛନ୍ତି । ଯେଉଁଥିପାଇଁ ବିରୋଧୀ ମାନଙ୍କ ଅକ୍ରୋଶର ଶିକାର ହେଉଛନ୍ତି । ତେବେ ଆଜି ବେଲଗୁଣ୍ଠା ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ଗସ୍ତ ସମୟରେ ବିରୋଧୀ ମାନେ ତାଙ୍କ ଉପରକୁ ଟମାଟୋ ଫିଙ୍ଗିଥିଲେ । ତେବେ ଟମାଟ ପିଙ୍ଗିଥିବା ଜଣେ ଯୁବକକୁ ଥାନାରେ ଅଟକ ରଖାଯାଇଛି ।

Advertisement

ସଂପୃକ୍ତ ଯୁବକ ଜଣଙ୍କ କଂଗ୍ରେସ ଦଳର ହୋଇଥିବା ସୂଚନା ମିଳିଛି । ଗୁରୁବାର ଅପରାହ୍ନରେ ୫ଟି ଅଧ୍ୟକ୍ଷ ହେଲିକପ୍ଟରରେ ଯାଇ ବେଲଗୁଣ୍ଠାରେ ପହଂଚିଥିଲେ । ସେଠାରୁ କାର୍ଯ୍ୟକ୍ରମ ସ୍ଥଳୀରେ ପହଂଚିବା ମାତ୍ରେ ହଠାତ ଜଣେ ଯୁବକ ଟମାଟୋ ଫିଙ୍ଗିଥିଲେ । ଉପସ୍ଥିତ ସୁରକ୍ଷା କର୍ମୀମାନେ ସଂପୃକ୍ତ ଯୁବକଙ୍କୁ କାବୁ କରି ଥାନାକୁ ନେଇଥିବା ଜଣାପଡିଛି । ତେବେ ପୋଲିସ ଉକ୍ତ ଯୁବକକୁ ଅଟକ ରଖି ପଚରା ଉଚରା କରୁଛି ।

Leave a Reply

Your email address will not be published. Required fields are marked *