ଶ୍ରୀଶ୍ରୀ ଗୋପୀନାଥ ଦେଵଙ୍କ ସର୍ବପୁରାତନ ମନ୍ଦିର ହେବ ନବକଳେବର….ମୁଖ୍ୟମନ୍ତ୍ରୀ,5T ଅଧ୍ୟକ୍ଷ ଙ୍କୁ ଧନ୍ୟବାଦ ଦେଲେ ଜନସାଧାରଣ
1 min readକଥା ଦେଇ କଥା ରଖିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୀର୍ଘ ଦିନ ହେବ ଅବହେଳିତ ଅବସ୍ଥାରେ ଥିବା ପୁରୀ ଜିଲ୍ଲା ପିପିିଲି ଅଂଚଳ ର ସର୍ବପୁରାତନ ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଗୋପୀନାଥ ଦେଵଙ୍କ ମନ୍ଦିର ଏବେ ହେବ ନବକଳେବର ହେବ । ପିପିଲି ନିକଟ ଦାଣ୍ଡମୁକୁନ୍ଦପୁର ସ୍ଥିତ ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଗୋପୀନାଥ ଦେଵଙ୍କ ମନ୍ଦିରର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟ କରଣ ପାଇଁ ଦୀର୍ଘଦିନ ରୁ ହୋଇ ଆସୁଥିବା ଦାବି ଆଜି ପୂରଣ ହୋଇଛି । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୩କୋଟି ଟଙ୍କା ମଞ୍ଜୁର ହୋଇ ଥିବା ବେଳେ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ ଆଜି ନଡ଼ିଆ ବାଡାଇ ପ୍ରକଳ୍ପର ଭିର୍ତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ।
ଏହି ଅର୍ଥରେ ମନ୍ଦିର ସୌନ୍ଦର୍ଯ୍ୟ କରଣ ସହିତ ପ୍ରାୟ ୨୧ ଏକର ଥିବା ବଡ଼ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ କରାଯିବ। ଏଥିସହ ମନ୍ଦିର ଭିତରେ କମ୍ୟୁନିଟି ହଲ, ଚଟାଣ ପୁନରୁଦ୍ଧାର,ତୋରଣ ଅଲୋକୀ କରଣ ସହିତ ପୋଖରୀରେ ରାସ୍ତା, ପାର୍କ,ବିଶ୍ରାମ ଗୃହ ଭଳି ଅନେକ କାର୍ଯ୍ୟ କରାଯିବ।ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଏହାର ନିର୍ମାଣ କାର୍ଯ୍ୟ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ କରିବ। ଆଜିର କାର୍ଯ୍ୟକ୍ରମ ରେ ବିଧାୟକଙ୍କ ସହିତ ବ୍ଲକ ଅଧ୍ୟକ୍ଷା ଦେବସ୍ବନୀ ନନ୍ଦ,ଉପାଧ୍ୟକ୍ଷ ପ୍ରଫୁଲ୍ଲ ସ୍ଵାଇଁ, ଜିଲ୍ଲାପରିଷଦ ସଭ୍ୟ ଧରଣୀଧର ସାହୁ, ସୁଶାନ୍ତ ମଲ୍ଲିକ, ସାଂସଦ ପ୍ରତିନିଧି ନାରାୟଣ ସ୍ଵାଇଁ, ସରପଞ୍ଚ ପରେଶ ମିଶ୍ର ପ୍ରମୁଖ ଉପସ୍ଥିତ ରେ ଏହି ଶୁଭ କାର୍ଯ୍ୟ ର ଶୁଭାରମ୍ଭ ହୋଇଛି । ଦୀର୍ଘଦିନ ଆଶା ଏବେ ପୂରଣ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,5T ଅଧ୍ୟକ୍ଷ ଙ୍କୁ ଧନ୍ୟବାଦ ଦେଇଛନ୍ତି ସ୍ଥାନୀୟ ଜନସାଧାରଣଙ୍କ ସହ ବିଧାୟକ ରୁଦ୍ର ପ୍ରତାପ ମହାରଥୀ।