ହାଇକୋର୍ଟଙ୍କ ନିର୍ଦ୍ଦେଶ ବଦଳିବ ସୀତା ଆକବରଙ୍କ ନାମ …
1 min readନାମକୁ ନେଇ ଉଠିଥିଲା ବିବାଦ । ବିବାଦ ଏତେ ବଢିଯାଇଥିଲା ଯେ କୋର୍ଟରେ ପହଞ୍ଚିଥିଲା ମାମଲା । ନାମ ପରିବର୍ତ୍ତନ କରିବାକୁ ଆବେଦନ ମଧ୍ୟ କରାଯାଇଥିଲା । ଏହି କଥାଟି ଦୁଇ ନୀରିହ କଥା କହି ପାରୁ ନ ଥିବା ପ୍ରାଣୀଙ୍କ ସହ ଜଡିତ । ଯାହାର ଶୁଣାଣି କରି କୋର୍ଟ ସୀତା ଆକବରଙ୍କ ନାମ ବଦଳାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସିଲିଗୁଡି ବେଙ୍ଗଲ ସଫାରୀର ଏକ ଖୁଆଡରେ ଅଛନ୍ତି ସିଂହ ଆକବର ଓ ସିଂହୀ ସୀତା । ମାତ୍ର ସିଂହ ଓ ସିଂହୀଙ୍କ ନାଁ କୁ ନେଇ ଉଠିଛି ବିବାଦ ।
ମୋଗଲ ସମ୍ରାଟ ଆକବରଙ୍କ ନାଁରେ ସିଂହକୁ ନାମିତ କରାଯାଇଥିବା ବେଳେ ସିଂହୀର ନାଁ ହିନ୍ଦୁ ଦେବୀ ସୀତାଙ୍କ ନାଁ ରଖାଯିବାକୁ ବିରୋଧ କରିଥିଲା ବିଶ୍ୱ ହିନ୍ଦୁ ପରିଷଦ । ମାମଲା କୋଲକତା ହାଇକୋର୍ଟରେ ପହଞ୍ଚିବା ପରେ କୋର୍ଟ ସିଂହ ଓ ସିଂହୀଙ୍କ ନାଁ ବଦଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଚାରପତି ସୌଗତ ଭଟ୍ଟାଚାର୍ଯ୍ୟ ମାମଲାର ଶୁଣାଣି କରି ନାମ ପରିବର୍ତନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଚାରପତି କହିଛନ୍ତି ଯେ ଆପଣମାନେ ଏକ ସିଂହକୁ ହିନ୍ଦୁ ଦେବଦେବୀଙ୍କ ନାମ ଅନୁସାରେ ନାମକରଣ କରିବା ଠିକ୍ ନୁହେଁ । ଏଭଳି କରି ଅଯଥା ଧାର୍ମିକ ବିବାଦ ସୃଷ୍ଟି କରାଯାଉଛି । କେବଳ ସୀତା ନୁହେଁ ସିଂହର ନାମ ଆକବର ମଧ୍ୟ ପରିବର୍ତନ କରିବାକୁ କୋର୍ଟ କହିଛନ୍ତି ।