Pratidin TV

Odisha's Digital News Platform

ନିର୍ବାଚନ ଆୟୋଗଙ୍କ ବଡ଼ ସୂଚନା , ମାର୍ଚ୍ଚ ୧୩ ପରେ ଘୋଷଣା ହେବ ନିର୍ବାଚନ ତାରିଖ !

1 min read

ପାଖେଇ ଆସିଲାଣି ସାଧାରଣ ନିର୍ବାଚନ । ଯେଉଁଥିଲା ସାରା ଦେଶରେ ଦେଖିବାକୁ ମିଳୁଛି ନିର୍ବାଚନ ତାତି । ଏଥି ମଧ୍ୟରେ ଦେଶରେ କେବେ ଲୋକସଭା ନିର୍ବାଚନ ହେବେ ତାକୁ ନେଇ ଲୋକଙ୍କ ମନରେ ଉତ୍କଣ୍ଠା ବଢିବାରେ ଲାଗିଛି । ଏହାରି ଭିତରେ ସାମ୍ନାକୁ ଆସିଛି ବଡ ଖବର । ମାର୍ଚ୍ଚ ୧୩ ତାରିଖ ପରେ ନିର୍ବାଚନ କମିଶନ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି । ତେବେ ବର୍ତ୍ତମାନ ନିର୍ବାଚନ ଲାଗି କିପରି ପ୍ରସ୍ତୁତି ଚାଲିଛି ତାହା ଜାଣିବା ପାଇଁ ନିର୍ବାଚନ କମିଶନର ସାରା ଦେଶ ବୁଲୁଛନ୍ତି ଏବଂ ଏହା ଶେଷ ହେବାପରେ ନିର୍ବାଚନ ତାରିଖ ଘୋଷଣା ହେବ ।

ନିର୍ବାଚନ କମିସନ ସୂତ୍ରରୁ ଏହା ଜଣାପଡ଼ିଛି । ନିର୍ବାହଚନ କମିସନ ଅଧିକାରୀମାନେ ଏବେ ତାମିଲନାଡ଼ୁ ଗସ୍ତ କରିଛନ୍ତି । ଏହାପରେ ଅଧିକାରୀମାନେ ଉତ୍ତରପ୍ରଦେଶ ଏବଂ ଜମ୍ମୁ କାଶ୍ମୀର ଗସ୍ତ କରିବେ । ନିର୍ବାଚନ କମିସନ ଅଧିକାରୀଙ୍କ ରାଜ୍ୟ ଗସ୍ତ ମାର୍ଚ୍ଚ ୧୩ ପୂର୍ବରୁ ଶେଷ ହେବ । ମୁକ୍ତ ଏବଂ ଅବାଧ ନିର୍ବାଚନ ପ୍ରକ୍ରିୟା ପାଇଁ ନିର୍ବାଚନ କମିଶନ ଆର୍ଟିଫିସିଆଲ ଇଣ୍ଟେଲଜେନସ ମୃତୟନ କରିଛନ୍ତି । ମେ ପୂର୍ବରୁ ନିର୍ବାଚନ ହେବ । ନିର୍ବାଚନ କମିଶନ ତଥ୍ୟ ଅନୁଯାୟୀ ୯୬.୮୮ କୋଟି ଲୋକ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଭୋଟ ଦେବାକୁ ଯୋଗ୍ୟ । ତେବେ ୧୮ ରୁ ୧୯ ବର୍ଷ ମଧ୍ୟରେ ୧.୮୫ ଲୋକ ପଞ୍ଜିକରଣ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *