Pratidin TV

Odisha's Digital News Platform

ଟଙ୍କା ସଞ୍ଚୟ କରିବା ପାଇଁ ବିମାନରେ ଯାତ୍ରା କରୁଛନ୍ତି ଛାତ୍ର , କାରଣ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ …

1 min read

ଅଧିକ ଖର୍ଚ୍ଚରୁ ବଞ୍ଚିବା ପାଇଁ କରୁଛନ୍ତି ବିମାନ ଯାତ୍ରା । ଏ କଥା ଶୁଣିଲେ କେହି ବି ବିଶ୍ୱାସ କରିବେନି । କାରଣ ସାଧାରଣତଃ ବିମାନରେ ଯାତ୍ରା କରିବା ମହଙ୍ଗା ହୋଇଥାଏ । ପୁଣି ସେହି ବିମାନରେ ଯାତ୍ରା କରି କିପରି ଟଙ୍କା ସଞ୍ଚୟ କରାଯିବ । ହେଲେ କଲମ୍ବିଆର ଛାତ୍ର ବିମାନରେ ଯାତ୍ରା କରି କରୁଛନ୍ତି ଟଙ୍କା ସଂଚୟ । କାନାଡାର ଟିମ୍ ଚେନ୍ ନାମକ ଜଣେ ଛାତ୍ର ଟଙ୍କା ସଞ୍ଚୟ ଲାଗି କଲେଜକୁ ବିମାନରେ ଯାଉଛନ୍ତି । ସେ ବ୍ରିଟିଶ୍ କଲୋମ୍ବିଆ ବିଶ୍ୱବିଦ୍ୟାଲୟରେ ଅଧ୍ୟୟନ କରୁଛନ୍ତି । ସପ୍ତାହରେ ତାଙ୍କୁ ଦୁଇଟି କ୍ଲାସ କରିବାକୁ ପଡେ । ସେ କାଲଗରୀରେ ରହିଥିବା ବେଳେ ତାଙ୍କ କଲେଜ ଭାଙ୍କୁଭରରେ ଅବସ୍ଥିତ । ସେଠାରେ ଘର ଭଡା ବହୁତ ଅଧିକ ।

ତେଣୁ ସେଠାରେ ରହିବା ପରିବର୍ତ୍ତେ ବିମାନ ଯାତ୍ରା କରିବା ଯୋଗୁ ଟିମଙ୍କର ଅର୍ଥ ସଞ୍ଚୟ ହୋଇଯାଉଛି । ଥରେ ବିମାନ ଯାତ୍ରା କିରବା ପାଇଁ ତାଙ୍କର ୧୫୦ ଡଲାର ଖର୍ଚ୍ଚ ହେଉଛି । ସେହି ହିସାବରେ ମାସ ସାରା ବିମାନ ଯାତ୍ରାରେ ତାଙ୍କର ୯୯,୬୩୧ ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ଭାଙ୍କୁଭରରେ ଗୋଟିଏ ଘର ଆପାର୍ଟମଣ୍ଟର ଭଡା ୧,୭୪,୩୫୮ ଟଙ୍କା ବୋଲି ଟିମ୍ ସୋଶିଆଲ ମିଡିଆରେ ସେୟାର କରି କହିଛନ୍ତି । ସେ ସପ୍ତାହରେ କେବଳ ମଙ୍ଗଳବାର ଓ ଗୁରୁବାର କଲେଜ ଯାଇଥାନ୍ତି । ସକାଳେ ବିମାନ ଯୋଗେ ଭାଙ୍କୁଭର ଯାତ୍ରା କରନ୍ତି ଏବଂ ରାତିରେ କାଲଗରୀ ଫେରନ୍ତି । ଏଥିପାଇଁ ସେ କେବଳ ଏୟାର କାନାଡା ବିମାନରେ ଯାତ୍ରା କରନ୍ତି । ଗତ ଜାନୁଆରୀ ମାସରେ ସେ କଲେଜ ପାଇଁ ୭ଥର ବିମାନ ଯାତ୍ରା କରିଛନ୍ତି । ଏଥିରୁ ଭଡା ବାବଦକୁ ତାଙ୍କର ଅର୍ଥ ସଞ୍ଚୟ ହୋଇଥିବା ସେ ସ୍ପଷ୍ଟ କରିଛନ୍ତି । କେତେବେଳେ ଟିକିଏ ଅଧିକ ଖର୍ଚ୍ଚ ହେଉଛି , କିନ୍ତୁ ତାହା ଭାଙ୍କୁଭର୍‌ରେ ଭଡା ଘର ନେଇ ରହିବାଠୁ କମ୍ ବୋଲି ଟିମ୍ କହିଛନ୍ତି । ତେବେ ଟିମ୍‌ଙ୍କର ଏହି ପୋଷ୍ଟରେ ଲୋକେ ମନ୍ତବ୍ୟ ଦେଇ ନିଜର ମତାମତ ଦେଉଛନ୍ତି । କିଛି ଲୋକ ତାଙ୍କର ଏହି କାର୍ଯ୍ୟକୁ ପସନ୍ଦ କରୁଥିବା ବେଳେ , କିଛିଲୋକ ଏହାକୁ କ୍ଲାନ୍ତିକାରୀ ଧାରଣା କହୁଛନ୍ତି । ଯାହାଦ୍ୱାରା ଅନେକ ସମୟ ନଷ୍ଟ ହୋଇଥାଏ ।

Advertisement

Leave a Reply

Your email address will not be published. Required fields are marked *