Pratidin TV

Odisha's Digital News Platform

ହେଲମେଟ୍ ପାଇଁ ସ୍ପେଶାଲ ଡ୍ରାଇଭ୍ : ଅଗଷ୍ଟ ୧୬ ରୁ ଲାଗୁହେବ ଏହିସବୁ ନିୟମ, ନମାନିଲେ ଦେବେ ଫାଇନ୍‌

1 min read

ଭୁବନେଶ୍ୱର : ରାଜରାସ୍ତାରେ ସଡକ ଦୁର୍ଘଟଣାଗୁଡିକୁ ହ୍ରାସ କରାଇବା ପାଇଁ ସରକାରଙ୍କ ଦ୍ୱାରା କିଛି ନୂଆ ନିୟମ ଲାଗୁକରାଯାଇଛି ।ଯଦି ଆପଣ ବିନା ହେଲମେଟରେ ଗାଡି ଚଳାଉଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । ବିନା ହେଲମେଟରେ ଗାଡି ଚାଳନା ରୋକିବାପାଇଁ ଆୟୋଜିତ ହେଉଛି ଏହି ସ୍ପେଶାଲ ଡ୍ରାଇଭ୍ । ତେବେ ଅଗଷ୍ଟ ୧୬ ରୁ ୩୦ ପର୍ଯ୍ୟନ୍ତ ଏନ୍‌ଏଚ୍ ଓ ଏସ୍‌ଏଚ୍ ରେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସ୍ପେଶାଲ ଡ୍ରାଇଭ୍ ଆରମ୍ଭ କରାଯିବ ।

ଏହି ସମୟରେ ଲାଗୁକରାଯିବା ନିୟମ ଗୁଡିକ-

Advertisement

୧.ସ୍ପେଶାଲ ଡ୍ରାଇଭ୍ ବେଳେ ବାଇକ୍‌ରେ ୩ ଜଣ ଧରାପଡିଲେ ସେମାନଙ୍କୁ ଉପଯୁକ୍ତ ଦଣ୍ଡ ମିଳିବ ।
୨.ଯଦି ୧୮ ବର୍ଷରୁ କମ୍ ପିଲା ଗାଡି ଚଳାଉଥିବେ ସେମାନଙ୍କୁ ମଧ୍ୟ ଦଣ୍ଡିତ କରାଯିବ ।
୩.ଯେଉଁମାନେ ହେଲମେଟ ପିନ୍ଧି ନଥିବେ ସେମାନଙ୍କୁ ୧ ହଜାର ଟଙ୍କାର ଜରିମାନା ଦେବାକୁ ପଡିବ ।
୪. ପିଲିଅନ୍ ରାଇଡର ହେଲମେଟ୍ ପିନ୍ଧି ନଥିଲେ ଚାଳକଙ୍କ ଲାଇସେନ୍ସ ୩ ମାସ ଯାଏ ବାତିଲ କରିଦିଆଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *