Pratidin TV

Odisha's Digital News Platform

ଭୁବନେଶ୍ୱର IT ପ୍ରୋଫେସନାଲଙ୍କୁ ଉଠାଇନେଲା ଦିଲ୍ଲୀ ପୋଲିସ ।

1 min read

ଭୁବନେଶ୍ୱର ; ରାତିଅଧରେ ରାଜଧାନୀରେ ହାଇଡ୍ରାମା । ବମିଖାଲ ଆରବି ଆପାର୍ଟମେଣ୍ଟ ର ଏ -୨୦୩ ରୁମ୍‌ରେ ଚଢାଉ କରି ପ୍ରଭାତ କୁମାର ମହାପାତ୍ରଙ୍କୁ ରାତି ଅଧରେ ଉଠାଇଆଣିଛି ଦିଲ୍ଲୀ ପୋଲିସ । ତେବେ ପ୍ରଭାତଙ୍କ ଆଇପି ଆଡ୍ରେସକୁ ଟ୍ରାକ୍ କରି ଦିଲ୍ଲୀରୁ ଓଡିଶା ଆସିଥିଲା ପୋଲିସ । ଏହାପରେ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ପୋଲିସ ସହଯୋଗରେ ଗତକାଲି ରାତିରେ ପ୍ରଭାତଙ୍କ ରହୁଥିବା ଭଡା ଘରେ ରେଡ୍ କରି ଲାପଟପ୍ ଫୋନ ଜବତ୍ କରିବା ହସ ତାଙଯକୁ ଗିରଫ୍ କରିଛି ଦିଲ୍ଲୀ ଓ ଲକ୍ଷ୍ମୀସାଗର ଥାନା ପୋଲିସ ।

ମିଳିଥିବା ସୂଚନା ଅନୁଯାୟୀ ଅଭିଯୁକ୍ତ ଯୁବକ ଜଣକ ଜଣେ ଆଇଟି ପ୍ରଫେସନାଲ ହୋଇଥିବା ବେଳେ ଭୁବନେଶ୍ୱରରେ ଏକ ଆଇଟି ଅଫିସ ଚଳାଉଥିଲେ। ଲକ୍ଷ୍ମୀସାଗରର ଏକ ଆପାର୍ଟମେଣ୍ଟରେ ସେ ନିଜର କିଛି ସାଙ୍ଗଙ୍କ ସହ ରହୁଥିଲେ। ସେ ରାଜ୍ୟ ବାହାର ଝିଅମାନଙ୍କୁ ନିଜ ପ୍ରେମ ଜାଲରେ ଫସାଉଥିଲେ । ଏହାପରେ ମିଠା ମିଠା କଥା କହି ତଥା ବିଭିନ୍ନ ପ୍ରତିଶ୍ରୁତି ଦେଇ ସେମାନଙ୍କ ମନ ଜିଣୁଥିଲେ। ଏପରିକି ବିଭିନ୍ନ ପ୍ରଲୋଭନ ଦେଖାଇ ସେମାନଙ୍କ ଅଶ୍ଳୀଳ ଭିଡିଓ କରୁଥିଲେ। ଏହାପରେ ନିଜ ଅସଲ ରୂପ ଦେଖାଉଥିଲେ ଯୁବକ । ମୋଟା ଅଙ୍କର ଅର୍ଥ ନ ଦେଲେ ଭିଡିଓ ଭାଇରାଲ କରି ଦେବାର ଧମକ ବି ଦେଉଥିଲେ। ଏପରି କରି ସେ ପ୍ରାୟ ୫ କୋଟି ଟଙ୍କା ଲୁଟି ମାଲେମାଲ ହୋଇ ସାରିଥିଲେ ।

Advertisement

ଦିଲ୍ଲୀ ପୁଲିସ୍ ଏହି ମାମଲାର ତଦନ୍ତ କରି ଓଡ଼ିଶାରେ ଏହାର ଲିଙ୍କ ଥିବା ଜାଣିବାକୁ ପାଇଥିଲା। ଏହାପରେ ଯୋଜନା ପୂର୍ବକ ଗତକାଲି ରାତିରେ ଯୁବକଙ୍କୁ ଆପାର୍ଟମେଣ୍ଟରୁ ଉଠାଇ ଆଣିଥିଲା । ପ୍ରଭାର୍ତ୍‌କ ନିକଟରୁ ବହୁ ଲାପଟପ, ମୋବାଇଲ, ସିମକାର୍ଡ , ବ୍ୟାଙ୍କ ଡକ୍ୟୁମେଣ୍ଟ ଜବତ କରିଛି ପୋଲିସ ।

Leave a Reply

Your email address will not be published. Required fields are marked *