Pratidin TV

Odisha's Digital News Platform

ପ୍ରେମ ବିବାହର ବର୍ବର ରୂପ, ଯୌତୁକ ପାଇଁ ନିର୍ଯାତନା ଦେଲା ସ୍ୱାମୀ….

1 min read

ବର୍ବରତା ଦେଖାଇଛି ସ୍ୱାମୀ | ବିବାହ କରି ଫସିଗଲେ ସ୍ତ୍ରୀ | ପ୍ରେମ କରି ବାହା ହୋଇ ମୁଁ ଭୁଲ କରିଛି, ୧୧ ବର୍ଷ ହେଲା ସଂସାର ରେ ବହୁତ ନିର୍ଯାତନା ପାଇଛି ହେଲେ ଶେଷରେ ଏତେ ନିର୍ଯାତନା ଆଉ ଯନ୍ତ୍ରଣା ସାହିପାରିଲିନି ଏମିତି ବାହୁନି ବାହୁନି କାନ୍ଦୁଛି ନିରୀହ ସ୍ତ୍ରୀ |ସୂଚନା ମୁତାବକ ବନଯାମିନୀ ସାହୁ ଦୋଳସାହି ରାଢ଼ଙ୍ଗ ଗ୍ରାମର ମୁକ୍ତିକାନ୍ତ ନାଥ ଙ୍କୁ ପ୍ରେମ ବିବାହ କରିଥିଲେ କିନ୍ତୁ ବିବାହର କିଛି ଦିନ ଗଲା ପରେ ସ୍ୱାମୀ କାମକୁ ନଯାଇ ସ୍ତ୍ରୀକୁ ବାପଘରୁ ଓ ଭଉଣୀ ଘରୁ ଟଙ୍କା ଆଣିବା ପାଇଁ କୁହନ୍ତି ଆଉ ସ୍ତ୍ରୀ ଟଙ୍କା ନ ଆଣିବାରୁ ସ୍ୱାମୀ କରୁଥିଲେ ଅତ୍ୟାଚାର | ତେବେ କିଛିଦିନ ହେବ ସ୍ବାମୀ ମୁକ୍ତିକାନ୍ତ ତାଙ୍କୁ ନିର୍ଯାତନା ଦେଉଥିଲେ ଆଉ ମାଡ଼ ମଧ୍ୟ ମାରୁଥିଲେ।

ତେବେ ଏମିତିକି ବନଯାମୀନ ମହିଳା ସଂଘରୁ ମଧ୍ୟ ଲୋନ ଉଠାଇ ଦେଇଥିବା କହିଛନ୍ତି ମାତ୍ର ଆହୁରି ଅଧିକ ଟଙ୍କା ଆଣିବାକୁ କହି ସ୍ୱାମୀ ମୁକ୍ତିକାନ୍ତ ବାରମ୍ବାର ନିର୍ଯାତନା ଦେଉଥିଲେ |ତେବେ ଗତ ଗୁରୁବାର ଦିନ ସ୍ୱାମୀ ଆସି ତାଙ୍କୁ ଟଙ୍କା ମାଗିଥିଲେ ଆଉ ଟଙ୍କା ନ ଦେବାରୁ ସ୍ତ୍ରୀଙ୍କୁ ରଡ୍‌ରେ ମାଡ଼ ମାରିଥିଲେ ।ଆଉ ଗୁରୁତର ଅବସ୍ଥାରେ ବନଯାମିନୀଙ୍କୁ ତାଙ୍କ ବାପା ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ ।ତେବେ ସ୍ୱାମୀ ମୁକ୍ତିକାନ୍ତଙ୍କ ବିରୋଧ ରେ ପୂର୍ବରୁ ଦୁଇ ଥର ଥାନାରେ ମାମଲା ମଧ୍ୟ ରହିଛି ଏପରିକି ପଞ୍ଚାୟତ ବସି ସମାଧାନ ହୋଇଥିଲେ ମଧ୍ୟ ପୂର୍ବ ପରି ପୁଣି ନିର୍ଯାତନା ଦେଉଥିଲେ ମୁକ୍ତିକାନ୍ତ |ଶେଷରେ ନ୍ୟାୟ ଦାବି କରି ତିହିଡି ଥାନରେ ଏକ ଅଭିଯୋଗ କରିଛନ୍ତି ବନଯାମିନୀ |

Advertisement

Leave a Reply

Your email address will not be published. Required fields are marked *