Pratidin TV

Odisha's Digital News Platform

ସମୁଦ୍ରରେ ବୁଡି ରହିଥିବା ‘ଦ୍ୱାରକାନଗରକୁ’ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ , କହିଲେ ଏହା ସମୟର ଯାତ୍ରା ….

1 min read

ବର୍ତ୍ତମାନ ନରେନ୍ଦ୍ର ମୋଦୀ ଗୁଜୁରାଟ ଗସ୍ତରେ ଅଛନ୍ତି। ତାଙ୍କ ଗସ୍ତର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ଦ୍ୱାରକାଦିଶ ମନ୍ଦିରରେ ପ୍ରାର୍ଥନା କରିଥିଲେ। ସମୁଦ୍ରରେ ବୁଡ଼ି ଯାଇଥିବା ପ୍ରାଚୀନ ଦ୍ୱାରକା ନଗର ମଧ୍ୟ ପରିଦର୍ଶନ କରିଥିଲେ । ଦ୍ୱାରକା ନଗର ପରିଦର୍ଶନ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହା କେବଳ ସମୁଦ୍ରରେ ବୁଡ଼ିବା ନୁହେଁ ବରଂ ସମୟ ଦେଇ ଯାତ୍ରା କରିବା ଭଳି ଅନୁଭବ ହୋଇଛି । ମୁଁ ସେଇ ସମୟକୁ ଚାଲିଯାଇଥିବା ଭଳି ଅଭୁଭବ ହୋଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ‘ବୁଡ଼ିଯାଇଥିବା ଦ୍ୱାରକା ନଗର ରେ ପ୍ରାର୍ଥନା କରିବା ଏକ ଅଲୌକିକ ଅନୁଭୂତି। ମୁଁ ଆଧ୍ୟାତ୍ମିକ ଗୌରବ ଏବଂ ଅନନ୍ତ ଭକ୍ତିର ଏକ ପ୍ରାଚୀନ ଯୁଗ ସହିତ ସଂଯୁକ୍ତ ଅନୁଭବ କଲି । ଭଗବାନ କୃଷ୍ଣ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ନରେନ୍ଦ୍ର ମୋଦି ଟୁଇଟ୍ କରି ନିଜେ ଏହି ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଦ୍ୱାରକା ନଗରକୁ ମୟୂର ପୁଛ ପ୍ରଦାନ କରିଥିଲେ। ଦ୍ୱାରକା ନଗର ଭଗବାନ କୃଷ୍ଣଙ୍କ ସହ ଜଡିତ ଏବଂ ଏକଦା ମହାନତା ଏବଂ ସମୃଦ୍ଧତାର କେନ୍ଦ୍ର ଥିଲା । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା କେବଳ ପାଣିରେ ବୁଡ଼ିବା ନୁହେଁ ବରଂ ସହରର ଗୌରବମୟ ଅତୀତ ଏବଂ ହିନ୍ଦୁ ଧର୍ମର ଅନ୍ୟତମ ସମ୍ମାନିତ ଦେବତାଙ୍କ ସହ ମିଳିତତାକୁ ପ୍ରତିଫଳିତ କରିଥିବା ଏକ ଯାତ୍ରା। ତେଣୁ ବିଶ୍ୱାସର ଚିହ୍ନ ଭାବରେ ପ୍ରଧାନମନ୍ତ୍ରୀ ଦ୍ୱାରକା ନଗରକୁ ମୟୂର ପୁଛ ମଧ୍ୟ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *