Pratidin TV

Odisha's Digital News Platform

ବାତିଲ୍ ହେବ ୭୦ ଲକ୍ଷ ରାସନ୍ କାର୍ଡ : ମୋଦି ସରକାରଙ୍କ ବଡ ପଦକ୍ଷେପ

1 min read

ଭୁବନେଶ୍ୱର : ଯୋଗ୍ୟତା ଥାଇ ମଧ୍ୟ ଉଠାଉଛନ୍ତି କି ରାସନକାର୍ଡର ଫାଇଦା । ତେବେ ଖୁବ୍ ଜଲ୍‌ଦି ବାତିଲ ହେଇଯିବ ଆପଣଙ୍କ ରାସନକାର୍ଡ ।ଗରିବ ଦିନମଜୁରିଆ,ଖଟିଖିଆ,ସରକାରୀ ଚାକିରୀ ନଥିବା ,କୋଠା ଜମି ବାଡି ନଥିବା ଇତ୍ୟାଦି ଲୋକଙ୍କ ହକ୍ ଫେରାଇବାକୁ କେନ୍ଦ୍ର ସରକାର ଉଠାଇଛନ୍ତି ବଡ ପଦକ୍ଷେପ । ଦେଶରେ ପ୍ରକୃତ ଆବଶ୍ୟକି ଲୋକେ ରାସନକାର୍ଡର ସୁବିଧା ନେଇପାରୁନାହାନ୍ତି । କିଛି ଦଲାଲ୍ ମାନଙ୍କ ଯୋଗୁ ଦେଶରେ ଗରୀବ ଲୋକମାନଙ୍କ ପାଇଁ ଏସବୁ ସୁବିଧା ଥିବା ସତ୍ୱେ ମଧ୍ୟ ଦେଶରେ ଗରୀବିର ସୀମା ବଢି ବଢି ଚାଲିଛି ବା ସେମାନେ ଦିନକୁ ଗରୀବିର ସୀମାରେଖା ତଳକୁ ଗତି କରୁଛନ୍ତି ।

ଜାତୀୟ ସୁରକ୍ଷା ଆଇନ (NFSA) ଅଧୀନରେ ମୋଦି ସରକାର ୭୦ଲକ୍ଷ କାର୍ଡଧାରୀ ସନ୍ଦିଗ୍ଧ ତାଲିକାରେ ଅଛନ୍ତି । ଏନେଇ ଖୁବ୍ ଶ୍ରୀଘ୍ର ଯାଞ୍ଚ୍ କରାଯିବ । ତଥ୍ୟ ସଂଗ୍ରହ ହେବାମାତ୍ରେ ରାସନ କାର୍ଡ ହଡପ୍ କରିଥିବା ବ୍ୟକ୍ତିଙ୍କ କାର୍ଡକୁ ବାତିଲ କରାଯିବ । ଯାଞ୍ଚ ପରେ ସନ୍ଦିଗ୍ଧ ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ନାମଗୁଡିକ NFSA ଅଧୀନରେ ରାସନ ପାଇବାକୁ ଯୋଗ୍ୟ କି ନୁହେଁ ଜଣାପଡ଼ିବ ।

Advertisement

Leave a Reply

Your email address will not be published. Required fields are marked *