୧୩ ରୁ ପୁଣି ବଢିବ ବର୍ଷା : ରାଜ୍ୟରେ ଦେଖାଦେଇପାରେ ଅର୍ବାନ ଫ୍ଲଡ୍
1 min readଭୁବନେଶ୍ୱର : ଗତକାଲି ସୁଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପନେବାପରେ ରାଜ୍ୟରେ ଆରମ୍ଭ ହୋଇଯାଇଛି ଲଗାଣ ବର୍ଷା । ତେବେ ପାଣିପାଗ ବିଭାଗର ପୂର୍ବ ଅନୁମାନ ନେଇ ୧୨ ରେ ଏହାର ପରିମାଣ କମିବ । ତେବେ ପୁଣି ୧୩ ରୁ ରାଜ୍ୟରେ ବର୍ଷାର ପରିମାନ ବଢିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ଉତ୍ତର ଓଡିଶା ଓ ଦକ୍ଷିଣ ଓଡିଶାର ପାଶ୍ୱବର୍ତ୍ତୀ ଜିଲ୍ଲାଗୁଡିକ ପ୍ରଭାବିତ ହେବ ।
ଆଜି ସକାଳ ୫.୩୦ ସମୟର ପାଣିପାଗ ତଥ୍ୟର ବିଶ୍ଳେଷଣ ଅନୁଯାୟୀ ଅବପାତ ଛତିଶଗଡ ଏବଂ ପାର୍ଶ୍ଵବର୍ତ୍ତୀ ପୂର୍ବ ମଧ୍ୟପ୍ରଦେଶ ଉପରେ ଦୁର୍ବଳ ହୋଇ ଗୋଟିଏ ସୁଦୃଶ-ଲଘୁଚାପ କ୍ଷେତ୍ର ଭାବେ ସକ୍ରିୟ ରହିଛି ।ଏନେଇ ୧୧ ଓ୧୨ ତାରିଖରେ ବର୍ଷାର ପରିମାଣ ସାମାନ୍ୟ କମ୍ ରହିବ ।ଏହାପରେ ୧୩ ରୁ ମୌସୁମୀ ପୁଣି ସକ୍ରିୟ ହେବ ଓ ବର୍ଷାର ପରିମାଣ ବଢିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ମହାନଦୀର ଉପରମୁଣ୍ଡରେ ବର୍ଷା ସମ୍ଭାବନା ଥିବାରୁ ଜଳସ୍ତର ବଢିବା ନେଇ ମଧ୍ୟ ଆଶଙ୍କା କରାଯାଉଛି । ଏହାସହ ଅଭ୍ୟାନ୍ତରୀଣ ଓଡିଶାରେ ମଧ୍ୟ ଅନେକ ସହରରେ ବନ୍ୟା ଦେଖାଦେବାର ସମ୍ଭାବନା ରହିଛି ।