ହ୍ସପିଟାଲରେ ଥାଇ ନିଜର ଏକ ଭାବବିହୋଳ ଭିଡିଓ ସେୟାର କଲେ, କ୍ରିକେଟର ସୋଏବ୍ ଅଖତର
1 min readନୂଆଦିଲ୍ଲୀ: ପାକିସ୍ଥାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର ଏବେ ଏକ କଠିନ ସମୟ ଦେଇ ଗତିକରୁଛନ୍ତି । ତେବେ ସେ ନିକଟରେ ନିଜର ଏକ ଭିଡିଓ ଟିକୁ ସୋସିଆଲ ମିଡିଆରେ ସେୟାର କରିଥିଲେ । ଯାହାକୁ ଦେଖିବା ପରେ ଦୁଃଖରେ ଭାଙ୍ଗି ପଡିଛନ୍ତି ତାଙ୍କ ପ୍ରଶଂସକ । ଅଷ୍ଟ୍ରେଲିଆର ଏକ ହସ୍ପିଟାଲରୁ ସେ ଅତି ଦୁଃଖ ଓ କଷ୍ଟକର ସ୍ୱରରେ ନିଜର ସମସ୍ୟାକୁ ଶୁଣାଇଛନ୍ତି । ଅଷ୍ଟେଲିଆରେ ନିଜର ଦୁଇ ଆଣ୍ଟୁ ଅପରେସନ ପରେ ,ବୋହୁତ କଷ୍ଟ ଅନୁଭବ କରୁଛନ୍ତି ସେ । ଏନେଇ ସେ ନିଜ ପ୍ରଶଂସକ ମାନଙ୍କ ଆର୍ଶୀବାଦ କାମନା କରିଛନ୍ତି । ପ୍ରାୟ ୧୧ ବର୍ଷ ପୂର୍ବେ ନିଜ ପେଶା,ନିଶା ଓ ଜୀବନ କ୍ରିକେଟକୁ ମଧ୍ୟ ସେ ଏହି ଆଣ୍ଠୁ ସମସ୍ୟା ପାଇଁ ବାଧ୍ୟ ହୋଇ ଛାଡିଥିଲେ ।
ତେବେ ଅଷ୍ଟ୍ରେଲିଆ ମେଲବୋର୍ଣ୍ଣରୁ ସେ ନିଜର ପ୍ରଶଂସକମାନଙ୍କୁ କହିଛନ୍ତି ଯେ ‘ମୁଁ ଏବେ ମୋ ଦୁଇଟି ଆଣ୍ଠୁର ସର୍ଜରୀ କରିଛି ।ଆଊ ଭାବୁଛି ଏହା ମୋ ଶେଷ ସର୍ଜରୀ ହେବ । ମୋ ଦୁଇ ଅଣ୍ଠୁ ପ୍ରାୟ ୫ ରୁ ୬ ଘଣ୍ଟା ଧରି ସର୍ଜରୀ ହୋଇଥିଲା । ଆଉ ଏବେ ସର୍ଜରୀ ପରେ ମୋତେ ଅସମ୍ଭାଳ କଷ୍ଟ ହେଉଛି । ଏହି କାରବରୁ ମୁ କ୍ରିକେଟରୁ ଅବସର ନେଇଥିଲି । କିନ୍ତୁ ଅବସର ନେବାର ୧୧ ବର୍ଷ ବିତିଯାଇଥିଲେ ମଧ୍ୟ ମୁଁ ସେହିଭଳି କଷ୍ଟ ପାଉଛି । ମୁଁ ଆହୁରି ୪ ରୁ ୫ ବର୍ଷ ପର୍ଯ୍ୟାନ୍ତ କ୍ରିକେଟ ଖେଳିପାରି ଥାନ୍ତି । କିନ୍ତୁ ଯଦି ମୁଁ ଖେଳ ଜାରି ରଖିଥାନ୍ତି , ତେବେ ମୋତେ ସାରା ଜୀବନ ହୁଇଲ ଚେୟାରରେ କାଟିବାକୁ ପଡିଥାନ୍ତା । ଏଥିପାଇଁ ମୁ ବାଧ୍ୟ ହୋଇଥିଲି କ୍ରିକେଟ ଛାଡିବା ପାଇଁ । ଆଉ ଏହା ମୁ ପାକିସ୍ଥଅନ କ୍ରିକେଟ ର ଭଲ ପାଇଁ କରିଥିଲି । ଏବେବି ଯଦି ମତେ ପାକିସ୍ଥାନ ପାଇଁ ଖେଳିବାକୁ ସୁଯୋଗ ମିଳେ ତେବେ ମୁଁ ମୋ ଜୀବନ ଲଗେଇ ଖେଳିବି । ଏଥିପାଇଁ ମୁଁ ସମ୍ଫୂର୍ଣ୍ଣ ଭାବେ ପ୍ରସ୍ତୁତ ।
ସୋଏବ ଅଖତର କ୍ରିକେଟରୁ ଅବସର ନେବା ପରେ ଏବେ ଭାଷ୍ୟକାର ଭୂମିକାରେ ନଜର ଆସୁଛନ୍ତି । ଏପରିକି ନିଜର ୟୁଟ୍ୟୁବ ଚ୍ୟାନେଲରେ ନିୟମିତ ଭାବେ କ୍ରିକେଟ ବାବଦରେ ସୂଚନା ସେୟାର କରିଥାନ୍ତି । ଯାହାକୁ ଲକ୍ଷ ଲକ୍ଷ କ୍ରିକେଟ ପ୍ରଂଶସକ ପସନ୍ଦ କରିଥାନ୍ତି । ସୋଏବ ଅଖତର ପାକିସ୍ତାନ ପାଇଁ ୪୬ ଟେଷ୍ଟ, ୧୬୩ ଦିନିକିଆ ଓ ୧୫ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ୩ଟି ଫର୍ମାଟରେ ୪୦୦ରୁ ଅଧିକ ୱିକେଟ ନେଇ ସୋଏବ ପାକିସ୍ତାନର ଶ୍ରେଷ୍ଠ ଖେଳାଳୀ ପାଲଟିଛନ୍ତି ।