Pratidin TV

Odisha's Digital News Platform

କ୍ୟାନସରକୁ ଠିକ୍ କରିବ ଭାରତୀୟ ମସଲା , ଗବେଷଣାକୁ ପେଟେଣ୍ଟ କଲା ଆଇଆଇଟି ମାଡ୍ରାସ …

1 min read

ଭାରତୀୟମାନେ ଟିକେ ମସଲାପ୍ରିୟ । କଥାରେ ହେଉକି ଖାଦ୍ୟରେ ମସଲା ନହେଲେ ସେମାନଙ୍କୁ ରୁଚେନି । ଭାରତୀୟ ବ୍ୟଞ୍ଜନରେ ମସଲା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରେ । ତେବେ ମସଲାଗୁଡିକ ଖାଦ୍ୟର ସ୍ୱାଦ ବଢାନ୍ତି ତାହା ନୁହେଁ ବରଂ ଆମ ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପାଦେୟ । ଭାରତୀୟ ବ୍ୟଞ୍ଜନର ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ମସଲା ଏବେ କ୍ୟାନସରକୁ ବି ମାତ୍ ଦେବ । ଭାରତୀୟ ମସଲାରୁ କ୍ୟାନସର କୁ ଠିକ୍ କରିବାର ଔଷଧ ପ୍ରସ୍ତୁତ କରାଯାଇପାରିବ । ଏଭଳି ଏକ ରୋଚକ ଗବେଷଣା ଉପରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଆଇଆଇଟି) ମାଡ୍ରାସ ପେଟେଣ୍ଟ କରାଇଛି । ଖୁବଶୀଘ୍ର ଏହାର କ୍ଲିନିକାଲ ଟ୍ରାଏଲ ଆରମ୍ଭ ହେବ । ୨୦୨୮ ସୁଦ୍ଧା ଏହି ଔଷଧ ବଜାରରେ ଉପଲବ୍ଧ ହୋଇପାରେ ।

ଗବେଷକମାନେ ଦାବି କରିଛନ୍ତି ଯେ ଭାରତୀୟ ମସଲାରେ ଲଙ୍ଗ କ୍ୟାନସର ସେଲ୍‌, ବ୍ରେଷ୍ଟ, କୋଲନ, ସର୍ଭାଇକାଲ, ଓରାଲ ଏବଂ ଥାଇରଏଡ କ୍ୟାନସ ସେଲ୍‌ର ଆଣ୍ଟି କ୍ୟାନସର ଆକ୍ଟିଭିଟି (କର୍କଟ ନିରୋଧୀ ଉପାଦାନ) ରହିଛି । ଏହି ମସଲା ସାଧାରଣ ସେଲ୍‌ଠାରୁ ସୁରକ୍ଷିତ ରହିଥାଏ । ଏବେ ଗବେଷକ ଏହାର ମୂଲ୍ୟ ଏବଂ ସୁରକ୍ଷା ପ୍ରତି ଥିବା ଆହ୍ୱାନ ଦିଗରେ କାର୍ଯ୍ୟ କରୁଛନ୍ତି । ଆଇଆଇଟି ମାଡ୍ରାସ ଏଲୁମନାଇ ଏବଂ ପ୍ରତୀକ୍ଷା ଟ୍ରଷ୍ଟ ମାଧ୍ୟମରେ ଇନ୍‌ଫୋସିସର ସହ-ପ୍ରତିଷ୍ଠାତା ଗୋପାଳକୃଷ୍ଣନ ପାଣ୍ଠି ଯୋଗାଇ ଦେଉଥିବାରୁ ଏହି ଗବେଷଣା ଆଗେଇ ଚାଲିଛି ।

Advertisement

ଏ ସମ୍ପର୍କରେ ଆଇଆଇଟି ମାଡ୍ରାସର ମୁଖ୍ୟ ଗବେଷଣା ଅଧିକାରୀ ଜୟସ ନିର୍ମଳା ହିଛନ୍ତି , ଅନେକ ଅନୁଧ୍ୟାନରେ ଭାରତୀୟ ମସଲା ଦ୍ୱାରା ସାଧାରଣ କର୍କଟ ଠିକ୍ ହୋଇପାରେ ବୋଲି ଦାବି କରାଯାଇଛି । କିନ୍ତୁ କର୍କଟ ଠିକ୍ କରିବା ଲାଗି ମସଲାର କେତିକି ଆବଶ୍ୟକ ହେବ ତାହା ଟ୍ରାଏଲରୁ ସ୍ପଷ୍ଟ ହେବ । ବର୍ତ୍ତମାନ କ୍ୟାନସରର ଯେଉଁ ଚିକିତ୍ସା ରହିଛି ସେଥିରେ ଅନେକଗୁଡିଏ ପାଶ୍ୱର୍ ପ୍ରତିକ୍ରିୟା ହୋଇଥାଏ । କିନ୍ତୁ ଆମର ଲକ୍ଷ୍ୟ ହେଉଛି କର୍କଟର ଶସ୍ତା ଓ କମ୍ ପାଶ୍ୱର୍ ପ୍ରତିକ୍‌ିୟା ବିଶିଷ୍ଟ ଚିକିତ୍ସା ପ୍ରସ୍ତୁତ କରିବା । ଆମ ଦେଶ ବିଶ୍ୱର ସବୁଠୁ ଅଧିକ ମସଲା ଉତ୍ପାଦନ କରୁଥିବା ଦେଶ । ବହୁତ ଶସ୍ତାରେ ଏଠାରେ ମସଲା ଉତ୍ପାଦନ ହୋଇଥାଏ । ଏଭଳି କ୍ଷେତ୍ରରେ ଔଷଧକୁ ଟାବଲେଟ୍ ଆକାରରେ ଉପଲବ୍ଧ କରିବାକୁ ଆମେ ଚହୁଁଛୁ ।

Leave a Reply

Your email address will not be published. Required fields are marked *