Pratidin TV

Odisha's Digital News Platform

ଟଳିଗଲା ବଡ଼ ଅଘଟଣ , ବିନା ଲୋକ ପାଇଲଟ୍‌ରେ ୮୦ କିମି ଦୌଡିଲା ଟ୍ରେନ …

1 min read

ଫୁଲ୍ ସ୍ପିଡ୍ ରେ ଟ୍ରାକ ଉପରେ ଦୌଡୁଥିଲା ଟ୍ରେନ । ହେଲେ ସେହି ଟ୍ରେନରେ ନଥିଲେ ଲୋକପାଇଲଟ । ବିନା ଲୋକପାଇଲଟ ୮୦ କିମି ଗଡ଼ିଲା ଟ୍ରେନ । ଆଗକୁ ଆଗକୁ ଯେତେ ଆଗଉ ଥିଲା , ଧୀରେ ଧୀରେ ତାର ନିୟନ୍ତ୍ରଣ ହରାଇ ବସୁଥିଲା । ନାଁ ଥିଲା ବ୍ରେକ୍ ନାଁ ସେଥିରେ ଥିଲେ ଲୋକପାଇଲଟ । ଲୌହ ଦାନବ ପରି ରେଳ ଟ୍ରାକ ଉପରେ ଦୌଡି ଦୌଡି ଖୋଜୁଥିଲା ତାର ଶିକାର । ହେଲେ ସେହି ଲୋହଦାନବର ରକ୍ତ ଭୋଜିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଲୋକେ । ଆଜିବି ସେହି ବାହନଗାର ରେଳ ଦୁର୍ଘଟଣା ମନରୁ ଲିଭିନି । ରେଳବିଭାଗ ଖାମଖିଆଲି ପାଇଁ ଘଟଥିଲା ବଡ ଦୁର୍ଘଟଣା । ଆଉ ସେହି ଦୁର୍ଘଟଣାରେ ଶହ ଶହ ଲୋକଙ୍କର ଜୀବନ ଯାଇଥିଲା । ତେବେ ସେହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କେବେଳ ଭାରତ ନୁହେଁ ସାରା ବିଶ୍ୱକୁ ଥରାଇ ଦେଇଥିଲା । ତେବେ ସେହି ଦୁର୍ଘଟଣା ମନରୁ ନ ଲିଭୁଣୁ ପୁଣି ଥରେ ରେଳବିଭାଗର ଖାମଖିଆଲି ଦେଖିବାକୁ ମିଲିଛି । ମାଲବିହୀ ଟ୍ରେନ ଲୋକପାଇଲଟ ବିନା ଗୋଟିଏ ରାଜ୍ୟରୁ ଗଡିଯାଇ ଅନ୍ୟରାଜ୍ୟରେ ପହଞ୍ଚିଛି । ହେଲେ ସୌଭାଗ୍ୟବସତଃ ଏହି ଘଟଣାରେ କାହାରି ଜୀବନହାନୀ ହୋଇନାହିଁ ।

ଜାମ୍ମୁ କାଶ୍ମିର କାଠୁଆ ଜିଲ୍ଲାରେ ଏପରି ଘଟଣା ଦେଖିବାକୁ ମିଳିଛି । ସୂଚାନୁଯାୟୀ ଏହି ଘଟଣା ରବିବାର ସକାଲ ୭.୧୦ ମିନିଟ୍‌ରେ ଘଟିଥିଲା । ପାଇଲଟ୍ ଏକ କଙ୍କ୍ରିଟ ବୋଝେଇ ମାଲଗାଡି ସଂଖ୍ୟା ୧୪୮୦୬ଆରକୁ ଅଟକାଇ ଚା’ ପିଇବାକୁ ଯାଇଥିଲେ । ଏହାପରେ ଟ୍ରେନଟି ହଠାତ ଗଡି ଚାଲିଥିଲା । ଧୀରେ ଧୀରେ ସ୍ପିଡ୍ ଧରିବା ପରେ ଚାଲିବା ଆରମ୍ଭ କଲା । ସୂତ୍ରରୁ ପ୍ରକାଶ ଯେ ଡ୍ରାଇଭର ଟ୍ରେନରୁ ଓହ୍ଲାଇବା ପୂର୍ବରୁ ହ୍ୟାଣ୍ଡବ୍ରେକ ଟାଣିନଥିଲେ । ଡ୍ରାଇଭର ଦେଖିବା ପରେ ତାଙ୍କର ହୋସ୍ ଉଡିିଯାଇଥିଲା , ଏହାପରେ ରେଳବିଭାଗର ଅଧିକାରୀଙ୍କୁ ଖବର ଦେଇଥିଲେ । ତେବେ ଟ୍ରେନକୁ ଅଟକାଇବା ପାଇଁ ଅଧିକାରୀଙ୍କ ଏକାଧିକ ଉଦ୍ୟମ ବିଫଳ ହେବା ପୂର୍ବରୁ ସେମାନେ ଯାତ୍ରୀବାହୀ ଟ୍ରେନର ପାଇଲଟ ଏବଂ କର୍ମଚାରୀଙ୍କ ସହାୟତାରେ ଦାଶୁହା ନିକଟ ଉଚ୍ଚା ବସ୍ତି ଅଞ୍ଚଳରେ ଏହାକୁ ଅଟକାଇବାରେ ସକ୍ଷମ ହୋଇଥିଲେ । ତେବେ ସୌଭାଗ୍ୟବଶତଃ ଏହି ଟ୍ରେନ୍ ଟ୍ରାକ୍‌ରେ ଅନ୍ୟ ଟ୍ରେନ୍ ନଥିଲା ।

ନଚେତ ଏକ ବଡ ଦୁର୍ଘଟଣା ଘଟିଥାନ୍ତା । ରେଳବାଇ ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି । ଏହାର କାରଣ ଜାଣିବା ପାଇଁ ଫିରୋଜପୁରରୁ ଏକ ଟିମ୍ ପଠାଯାଇଛି । ତେବେ ଏହି ଘଟଣାରେ ଯିଏ ପ୍ରକୃତ ଦୋଷୀ ହୋଇଥିବ ତାହା ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।

Leave a Reply

Your email address will not be published. Required fields are marked *