ଲଗାଣ ବର୍ଷା ଯୋଗୁ ଭୁସୁଡିଲା ବ୍ରିଜ୍ : ଓଡିଶାରୁ ଛତିଶଗଡକୁ ଯାତାୟତ ବିଛିନ୍ନ
1 min readଭୁବନେଶ୍ୱର : ନୂଆପଡା ଜିଲ୍ଲା ଜୋଙ୍କ ନଦୀ ବ୍ରିଜ୍ ଲଗାଣ ବର୍ଷା ପ୍ରଭାବରେ ଗତକାଲି ରାତିରେ ଧୋଇ ଯାଇଛି । ତେବେ ପ୍ରତ୍ୟକ ଦିନ ଏହି ବ୍ରିଜ୍ ଦେଇ ଶହ ଶହ ଗାଡି ଯିବା ସହ ବ୍ରିଜ୍ର ଅପର ପାଶ୍ୱରେ ଥିବା ୫ ଟି ପଞ୍ଚାୟତର ଲୋକେ ଏହି ବ୍ରିଜ୍ ଦେଇ ଦୈନନ୍ଦିନ କାରବାର କରନ୍ତି ।ସେହିପରି ବ୍ରିଜ୍ଟି ଛଡିଶଗଡର ଗରିଆବନ୍ଧ ଓ ମହାସମୁନ୍ଦ ଜିଲ୍ଲାକୁ ସଂଯୋଗ କରିଥାଏ । ତଥା ଓଡିଶା-ଛତିସଗଡ ମଧ୍ୟରେ ଯାତାୟତର ଏହା ଏକ ପ୍ରମୁଖ ମାଧ୍ୟମ ଅଟେ । ବ୍ରିଜଟି ଗତକାଲି ରାତିରେ ବର୍ଷା ଜଳର ପ୍ରବାହରେ ଭୁଶୁଡିପଡିଥିବାରୁ ଶହ ଶହ ଲୋକଙ୍କ ଦୈନନ୍ଦିନ ଜୀବନ ପ୍ରଭାବିତ ହେବା ସହ ,ଓଡିଶାରୁ –ଛଡିଶଗଡକୁ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଛିନ୍ନ ହୋଇଯାଇଛି ।
ଏହାପରେ ଆଜି ସକାଳୁ ଖବର ପାଇ ଆଡିସନାଲ ତହସିଲଦାର ,ନୂଆପଡା ବିଡିଓ ଓ ପ୍ରମୁଖ ସେଠାରେ ପହଞ୍ଚି ଘଟଣାସ୍ଥଳର ପରିଦର୍ଶନ କରି କହିଚନ୍ତି ଯେ ଯଥାସମ୍ବବ ବର୍ଷା ଛାଡିବା ମାତ୍ରେ ହିଁ ବ୍ରିଜ୍ର ମରାମତି କାର୍ଯ୍ୟ କରାଯିବ ।