Pratidin TV

Odisha's Digital News Platform

ଜୁନିୟର କୋହଲିଙ୍କ ଏଆଇ ଫଟୋ ଭାଇରଲ , ପ୍ରଶଂସକ କହୁଛନ୍ତି ଏମିତି …

ଭାରତୀୟ ଷ୍ଟାର ବ୍ୟାଟର ବିରାଟ ଅଭିନେତ୍ରୀ ଅନୁଷ୍କା ଶର୍ମା ନିକଟରେ ଦ୍ୱୀତିୟ ସନ୍ତାନକୁ ସ୍ୱାଗତ କରିଛନ୍ତି । ଅନୁଷ୍କା ଏକ ଶିଶୁପୁତ୍ରର ମାଆ ହୋଇଥିବା ବେଳେ ତାହାର ନାମ ରଖିଛନ୍ତି ଅକାୟ । ବିରୁଷ୍କାଙ୍କ ପୁଅର ନାମ ଘୋଷଣା ପରେ ଅକାୟକୁ ନେଇ ସୋଶିଆଲ ମିଡିଆରେ ବେଶ୍ ଚର୍ଚ୍ଚା ।

ସୋଶିଆଲ ମିଡିଆରେ ଅକାୟଙ୍କ ନାମରେ ଅନେକ ଆକାଉଣ୍ଟ ଖୋଲାଯାଇଛି । ତା ସହିତ ସାମ୍ନାକୁ ଆସିଛି ଅକାୟଙ୍କ ଏଆଇ ପଟୋ । ଏଆଇ ଦ୍ୱାରା ପ୍ରସ୍ତୁତ ଅକାୟଙ୍କ ଫଟୋ ଏବେ ସୋଶିଆଲ ମିଡିଆରେ ବେଶ୍ ଭାଇରଲ୍ ହେବାରେ ଲାଗିଛି । ଫଟୋରେ ଥିବା ପିଲାର ମୁହଁ ବିରାଟଙ୍କ ସହିତ ମେଳ ଖାଉଛି । ଯାହା ଏବେ ସୋଶିଆଲ ମିଡିଆରେ ଭାଇରଲ ହେବା ସହ ଲୋକମାନେ ମଧ୍ୟ ବେଶ୍ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *