Pratidin TV

Odisha's Digital News Platform

ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଓଡିଶାରେ ପ୍ରଭାବ , ସମ୍ବଲପୁରରେ ଟ୍ରାକ୍ଟର ଧରି ଗର୍ଜିଲେ ଚାଷୀ

1 min read

ଦିଲ୍ଲୀରେ ଚାଷୀ ଆନ୍ଦୋଳନର ପ୍ରଭାବ ଓଡିଶାରେ ଦେଖିବାକୁ ମିଳିଛି । ସମ୍ବଲପରୁରେ ଚାଷୀ କରିଛନ୍ତି ଐତହାସିକ ଟ୍ରାକ୍ଟର ଶୋଭାଯାତ୍ରା । ଚାଷୀଙ୍କ ବିଭିନ୍ନ ଦାବୀ କୁ ଲୋକଲୋଚନ କୁ ଆଣିବା ସହ ଦିଲ୍ଲୀ ରେ ଚାଷୀଙ୍କ ଆନ୍ଦୋଳନ କୁ ସମର୍ଥନ ପାଇଁ ଟ୍ରାକ୍ଟର ଶୋଭାଯାତ୍ରା ମାଧ୍ୟମରେ ଅଭିନବ ପ୍ରୟାସ କରିଛନ୍ତି ସମ୍ବଲପୁର କୃଷକ ।

ଏହାସହ WTO ଓ କର୍ପୋରେଟ ହଟାଓ ଓ ସର୍ବନିମ୍ନ ସହାୟକ ମୂଲ୍ୟ କୁ ଆଇନଗତ ମାନ୍ୟତା ଦାବିରେ ସମ୍ବଲପୁର ସହରରେ ଚାଷୀ ସଂଗଠନ ପକ୍ଷରୁ ଟ୍ରାକ୍ଟର ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ୱୟ ସମିତି, ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଂଗଠନ ଓ ସଂଯୁକ୍ତ କିସାନ ମୋର୍ଚା ପକ୍ଷରୁ ଆଜି ସାରା ଦେଶରେ କଳା ଦିବସ ଓ ଆକ୍ରୋଶ ଦିବସ ପାଳନ ପରିପେକ୍ଷୀ ରେ ଏହି ଟ୍ରାକ୍ଟର ଶୋଭାଯାତ୍ରା କରାଯାଇଥିଲା । ସମ୍ବଲପୁର ବରେଇପାଲି ଆରଏମସି ଠାରୁ ଆରମ୍ଭ ହୋଇ ସହର ପରିକ୍ରମା କରିଥିଲା । ବିଶେଷକରି କେନ୍ଦ୍ର ସରକାର ଘୋଷଣା କରିଥିବା ଶସ୍ୟ ଉତ୍ପାଦନ ଖର୍ଚ୍ଚର ଦେଢ଼ ଗୁଣ ଲାଭ ଚାଷୀଙ୍କୁ କେବେ ମିଳିବ ବୋଲି ଚାଷୀ ସଂଗଠନ ଆଜି ପ୍ରଶ୍ନ କରିଥିଲେ । ଏଥିସହ ଦିଲ୍ଲୀରେ ଚାଷୀଙ୍କ ହକ ପାଇଁ ଲଢେଇ କରିବାକୁ ଆଗେଇ ଆସିଥିବା ଚାଷୀ ପ୍ରତିନିଧି ଙ୍କୁ ଆଜି ସମ୍ବଲପୁର ରେ ଟ୍ରାକ୍ଟର ଶୋଭାଯାତ୍ରା ମାଧ୍ୟମରେ ପୁର୍ଣ ସମର୍ଥନ ଜ୍ଞାପନ କରାଯାଇଥିଲା ।

Advertisement

Leave a Reply

Your email address will not be published. Required fields are marked *