Pratidin TV

Odisha's Digital News Platform

ମୁଣ୍ଡ ଘାବରେଇ ଦେଲା ପରି କାରନାମା…ବଡ଼ି ବିଲ୍ଡିଂ ପାଇଁ ଗିଳିଦେଇଥିଲେ କଏନ ଓ ଚୁମ୍ବକ

1 min read

୨୬ ବର୍ଷୀୟ ଯୁବକଙ୍କ ଅଜବ କାରନାମା | ଶୁଣିଲେ ହେଲେ ଆଶ୍ଚର୍ଯ୍ୟ | ୨0 ଦିନରୁ ଅଧିକ ସମୟ ଧରି ବାରମ୍ବାର ବାନ୍ତି ଏବଂ ପେଟରେ ଯନ୍ତ୍ରଣା ହେଉଥିବା ଡାକ୍ତରଖାନାରେ ଭର୍ତ୍ତି ହୋଥିଲେ | ତେବେ ବ୍ୟକ୍ତିଙ୍କ ଅସ୍ତ୍ରୋପଚାର ପରେ ଅନ୍ତନଳୀରୁ ୩୯ଟି ମୁଦ୍ରା ଏବଂ ୩୭ଟି ଚୁମ୍ବକ ଖଣ୍ଡ ବାହାର କରାଯାଇଥିଲା। ସବୁଠୁ ବଡ କଥା ହେଉଛି ଯୁବକ ଜଣକ ନିଜର ବଡ଼ି ବିଲ୍ଡିଂ ପାଇଁ କଏନ୍‌କୁ ଗିଳି ଦେଇଥିବା ନେଇ ସୂଚନା ମିଳିଛି ।

ଉକ୍ତ ବ୍ୟକ୍ତିଙ୍କ ପରିବାର କହିବାନୁଯାୟୀ ସେ ମାନସିକ ମାନସିକ ସ୍ତରରେ ଠିକ୍‌ ନାହିଁନ୍ତି । ଏବଂ ଯାହାଫଳରେ ସେ ବେଳେ ବେଳେ ଏପରି କଏନ ଗିଳିଦେଇଥାନ୍ତି | ସୂଚନା ଅନୁସାରେ, ହଠାତ ଯୁବକଙ୍କ ପେଟରେ ଅସହ୍ୟ ଯନ୍ତ୍ରଣା ହେଲା, ସେତେବେଳେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ଅଣାଯାଇଥିଲା । ଡାକ୍ତରଖାନାରେ ଚିକତ୍ସା ସମୟରେ ଏକ୍ସରେ ରେ ତାଙ୍କ ପେଟରେ ମୁଦ୍ରା ଏବଂ ଚୁମ୍ବକ ଆକାରରେ ଅସ୍ପଷ୍ଟ ଛାୟା ଦେଖାଯାଇଥିଲା | ପରେ, ସିଟି ସ୍କାନ କରିଥିଲେ | ଯାହା ରିପୋର୍ଟରେ ବହୁ ପରିମାଣର ମୁଦ୍ରା ଏବଂ ଚୁମ୍ବକ ଦେଖାଗଲା ଯାହା ଅନ୍ତନଳୀରେ ଜମା ସୃଷ୍ଟି କରିଥିଲା, ଯାହା ପରେ ରୋଗୀକୁ ତୁରନ୍ତ ଅସ୍ତ୍ରୋପଚାର କରାଯାଇଥିଲା | ଅସ୍ତ୍ରୋପଚାର ପରେ ତାଙ୍କ ଅନ୍ତନଳୀରୁ ମୋଟ ୩୯ଟି ମୁଦ୍ରା ଏବଂ ୩୭ଟି ଚୁମ୍ବକ ଖଣ୍ଡ ବାହାର କରାଯାଇଥିଲା। ଭିନ୍ନ ଆକୃତିର ଚୁମ୍ବକ ମିଳିଥିଲା | ଚିକତ୍ସାର ୭ ଦିନ ପରେ ତାଙ୍କୁ ଡାକ୍ତରଖାନାରୁ ଯୁବକଙ୍କୁ ଡିସଚାର୍ଜ କରାଯାଇଥିଲା ।

Advertisement

Leave a Reply

Your email address will not be published. Required fields are marked *