Pratidin TV

Odisha's Digital News Platform

ଛତିଶଗଡରେ ପୋଲିସ୍ –ମାଓ ମୁହାଁମୁହିଁ , ପୋଲିସ ଗୁଳିରେ ୪ ହାର୍ଡକୋର୍ ମାଓବାଦୀ ମୃତ….

1 min read

ପୁଣି ଥରେ ମୁହାଁମୁହିଁ ହେଲେ ସୁରକ୍ଷାକର୍ମୀ ଓ ମାଓବାଦୀ । ସୁରକ୍ଷାକର୍ମୀ ଙ୍କ ଗୁଳିରେ ଟଳିପଡିଲେ ମାଓବାଦୀ । କୁମ୍ବିଂ ଅପରେସନ ଚାଲିଥିବା ବେଳେ ଉଭୟ ପଟରୁ ଗୁଲିବିନିମୟ ହୋଇଥିଲା । ଆଉ ଏହି ସମୟରେ ୪ ମାଓବାଦୀଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରୁ ସେହି ଚାରି ମାଓବାଦୀଙ୍କ ଶବ ସହ ଭାରିମାତ୍ରାରେ ବିସ୍ଫୋରକ ଓ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ ହୋଇଛି । ସେହି ଅଞ୍ଚଲରେ ଡିଆରଜି ଯବାନ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି କରାଯାଇଛି ।

ସୂଚନାନୁଯାୟୀ ଛତିଶଗଡ ବିଜାପୁରରେ କୁମ୍ବିଂ ଅପରେସନ ଚାଲୁଥିବାବେଳେ ସୁରକ୍ଷାକର୍ମୀମାନେ ମାଓବାଦୀଙ୍କ ସୁରାକ ପାଇଥିଲେ । ଏହାପରେ ଡିଆଇଜି ଏବଂ ବିଏସଫ୍ ବାହିନୀ ସେହି ସ୍ଥାନରେ ଚଢାଉ କରିଥିଲେ । ଉଭୟ ପକ୍ଷରେ କିଛି ସମୟ ଗୁଳିବିନିମୟ ହୋଇଥିଲା , ଫଳରେ ଗୁଲିବିନିମୟ ସମୟରେ ଚାରି ମାଓବାଦୀ ପ୍ରାଣ ହରାଇଥିଲେ । ଏହାପରେ ମାଓବାଦୀମାନେ ସେଠାରୁ ଖସିପଳାଇଥିଲେ । ଏହାପରେ ପୋଲିସ ସର୍ଚ୍ଚ ଅପରେସନ ଜାରୀ କରିଥିଲା । ସର୍ଚ୍ଚ ଅପରେସନ ବେଳେ ସେହି ଚାରି ମାଓବାଦୀଙ୍କ ମୃତଦେହ ଉଦ୍ଧାର କରିଥିଲା । ଚାରିମାଓବାଦୀଙ୍କ ମଧ୍ୟରେ ଦୁଇଜଣ ମହିଳା ମାଓବାଦୀ ରହିଛନ୍ତି । ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରୁ ବନ୍ଧୁକ, ଔଷଧ ଓ ଅନେକ ବିସ୍ଫୋରକ ସାମଗ୍ରୀ ଜବତ କରିଥିଲେ । ଏବେ ଗୁଳି ବିନିମୟ ବନ୍ଦ ହୋଇଥିଲେ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଥିବା ବିଜାପୁର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Advertisement

Leave a Reply

Your email address will not be published. Required fields are marked *