ହ୍ରାସ ପାଇଲା ସୁନା ଦର , ବଢିଲା ରୂପା
1 min readନୂଆଦିଲ୍ଲୀ : ଭାରତୀୟ ଗହଣା ବଜାରରେ ଦିନକୁ ଦୁଇଥର ସୁନା ଓ ରୂପା ଦାମ୍ ଜାରି କରାଯାଇଥାଏ । ଗତ ସୋମବାର ଜାରି କରାଯାଇଥିବା ଦାମ୍ ର ତାଲିକା ଅନୁଯାୟୀ ସୁନାର ଦାମ୍ ହ୍ରାସପାଇଥିବା ବେଳେ ରୂପାର ଦାମ ବୃଦ୍ଧି ପାଇଛି । ତେବେ ୯୯୯ ଶୁଦ୍ଧତା ବିଶିଷ୍ଠ ସୁନା ଦାମ ୧୦ ଗ୍ରାମ ପ୍ରତି ୫୧ ହଜାର ୯୬୮ ଟଙ୍କାରେ ପହଞ୍ଚିଛି ।
ସେହିଭଳି ଆଇ ବଜାରରେଟସର ରିପୋର୍ଟ ଅନୁଯାୟୀ ୯୯୫ ଶୁଦ୍ଧ ସୁନା ୫୧ହଜାର ୧୭୦ ରେ ମିଳୁଛି ।୯୧୬ ଶୁଦ୍ଧ ସୁନା ୪୭ ହଜାର ୬୦୩ ଟଙ୍କା କରାଯାଇଛି । ଏହାଛଡା ୭୫୦ ଶୁଦ୍ଧତା ବିଶିଷ୍ଟ ସୁନା ୩୮ ହଜାର ୯୭୬ ଏବଂ ୫୮୫ ଶୁଦ୍ଧତାର ସୁନା ଆଜି ୩୦ ହଜାର ୪୦୧ ଟଙ୍କାରେ ବିକ୍ରି ହୋଇଛି ।
ତେବେ ୯୯୯ ଓ ୯୯୫ ଶୁଦ୍ଧତାର ସୁନା ୫୧ ଟଙ୍କା ଶସ୍ତା ବଙ୍କଳ,୯୧୬ ଶୁଦ୍ଧ ସୁନାରେ ୪୬ ଟଙ୍କା ,୭୫୦ ଶୁଦ୍ଧତା ସୁନାରେ ୩୮ ଟଙ୍କା ଏବସ ୫୮୫ ଶୁଦ୍ଧ ସୁନାରେ ୩୦ ଟଙ୍କା ହ୍ରାସ କରାଯାଇଛି । ସେହିଭଳି ୯୯୯ ଶୁଦ୍ଧତା ବିଶିଷ୍ଟ ରୂପାରେ ୧୮ ଟଙ୍କା ବୃଦ୍ଧି କରାଯାଇଛି ।