Pratidin TV

Odisha's Digital News Platform

ଝିଅ ସହ ଲଞ୍ଚ ଡେଟ୍ ରେ ଗଲେ ବିରାଟ , ଫଟୋ ହେଲା ଭାଇରଲ …

1 min read

ଏବେ ବିରାଟଙ୍କ ଘରକୁ ଆସିଛି ନୂଆ ଅତିଥି । ଦ୍ୱୀତିୟ ସନ୍ତାନକୁ ସ୍ୱାଗତ କରିଛନ୍ତି ବିରାଟ ଓ ଅନୁଷ୍କା । ନିକଟରେ ଅନୁଷ୍କା ଲଣ୍ଡନରେ ପୁ୍‌ଅ ଅକାୟକୁ ଜନ୍ମ ଦେଇଛନ୍ତି । ଯେଉଁଥିପାଇଁ ଏବେ ପରିବାରର ସମସ୍ତ ସଦସ୍ୟ ଲଣ୍ଡନରେ ଅଛନ୍ତି । କ୍ରିକେଟରୁ ଅବସର ନେଇ ବିରାଟ ଏବେ ନିଜ ପରିବାର ସହ ସମୟ ବିତାଉଛନ୍ତି । ତେବେ ନିକଟରେ ସାମ୍ନାକୁ ଆସିଛି ବିରାଟଙ୍କର ଏକ ଫଟୋ । ଯେଉଁ ଫଟୋକୁ ନେଇ ଏବେ ବେଶ୍ ଚର୍ଚ୍ଚା ହେଉଛି । ସେହି ଫଟୋରେ ବାପା- ଝିଅ ବିରାଟ-ଭାମିକା ଲଞ୍ଚ ଡେଟ୍‌ରେ ଯାଇଥିବା ଦେଖିବାକୁ ମଳିଛି ।

ରେଷ୍ଟୁରାଣ୍ଟରୁ ଭାମିକା ଏବଂ ବିରାଟଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି । ହେଲେ ଦୁହିଁକ ସହ ଅନୁଷ୍କାଙ୍କୁ ଦେଖିବାକୁ ମିଳିନାହିଁ । ଏହି ଫଟୋ ଦେଖିବା ପରେ ସମସ୍ତେ ଅନୁମାନ କରୁଛନ୍ତି ଅନୁଷ୍କା ପୁଅ ଅକାୟଙ୍କ ଯତ୍ନ ନେଉଥିବା ବେଳେ ବିରାଟ ଭାମିକାଙ୍କ ଯତ୍ନ ନେଉଛନ୍ତି । ବିରାଟଙ୍କ ଏହି ଫଟୋ ଏବେ ବେଶ୍ ଭାଇରଲ ହେବାରେ ଲାଗିଛି । ୟୁଜର୍ସ ମାନେ ଏହି ଫଟୋ ବେଶ୍ ପସନ୍ଦ କରୁଛନ୍ତି ।

Leave a Reply

Your email address will not be published. Required fields are marked *