Pratidin TV

Odisha's Digital News Platform

ଚିଲିକା ଗାଡିମଡା ଘଟଣାରେ , ମୁହଁ ଖୋଲିଲେ MLA ପ୍ରଶାନ୍ତ ଜଗଦେବ କହିଲେ ‘ମୁଁ ଅନୁତପ୍ତ ନୁହେଁ ’

1 min read

ଭୁବନେଶ୍ୱର : ମାର୍ଚ ୧୨ ତାରିଖ ଶନିବାର ଖୋର୍ଦ୍ଧା ଜିଲ୍ଲାର ବଣପୁର ବ୍ଳକ ଅଫିସ୍ ସାମ୍ନାରେ ଜନ ହଗଳି ପୂର୍ଣ୍ଣ ରାସ୍ତା ଉପରେ ବିଜେଡି ଏମ୍‌ଏଲ୍‌ଏ ପ୍ରଶାନ୍ତ ଜଗଦେବ ଲୋକମାନଙ୍କ ଉପରେ ଗାଡି ମଡାଇ ଦେଇଥିଲେ । ଏନେଇ ତାଙ୍କୁ ଜେଲ୍ ମଧ୍ୟ ହୋଇଥିଲା । ଏହାପରେ ଜୁଲାଇ ମାସ ୨୫ ତାରିଖରେ ତାଙ୍କୁ ବେଲ୍ ମିଳିଯାଇଥିବା ବେଳେ କୋର୍ଟ ପକ୍ଷରୁ ବର୍ଷେ ଯାଏ ତାଙ୍କୁ କିଛି ନିୟମ ମାନିବାକୁ କୁହାଯାଇଥିଲା । ତେବେ ଏନେଇ ସେ ଆଜି ଗଣମାଧ୍ୟମ ଆଗରେ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏହା ସହ ସେ ସମ୍ପୂର୍ଣ୍ଣ ଭାବେ ବିଜେପିକୁ ଦୋଷ ଦେଉଛନ୍ତି ।

ସେ କହିଛନ୍ତି ଯେ “ସେ ଦିନର ଘଟଣାକୁ ନେଇ ମୁଁ ଆଦୌ ଅନୁତପ୍ତ ନୁହେଁ। ମୋର କିଛି ବି ଭୁଲ୍ ନଥିଲା। ମୁଁ ମୋର ସମିତି ସଭ୍ୟମାନଙ୍କୁ ଦେଖା କରିବାକୁ ଆସୁଥିଲି। ହଠାତ୍ ବିଜେପିର ଭାଇମାନେ ବଡ଼ବଡ଼ ଠେଙ୍ଗା ଓ ପତାକା ଧରି ପହଞ୍ଚି ଯାଇଥିଲେ। ବାଣପୁର ବ୍ଲକ ଅଫିସ ପାଖରେ ବିଜେପି କର୍ମୀମାନେ ଯୋଜନାବଦ୍ଧ ଆକ୍ରମଣ କରିଥିଲେ। ମୋତେ ମାରି ଦେବାକୁ ଉଦ୍ୟମ କରି ଠେଙ୍ଗାରେ ପିଟି ଚାଲିଲେ। ପ୍ରବଳ ମାଡ଼ ଯୋଗୁ ଭାରସାମ୍ୟ ହରାଇ ଗାଡ଼ିର ଏକ୍ସଲେରେଟର ଉପରେ ଗୋଡ଼ ପଡ଼ିଯାଇଥିଲା। ତେଣୁ ଏହା ସେଠାରେ ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ଗାଡ଼ିରେ ମଦ ବୋତଲ ଓ ନମ୍ବର ପ୍ଲେଟ ବଦଳ ବି ବିଜେପିର ଷଡ଼ଯନ୍ତ୍ର ଥିଲା। ମୁଁ କୌଣସି ପ୍ରକାରର ଭୁଲ କରିନି”।

Advertisement


ଅନ୍ୟପକ୍ଷରେ ପ୍ରଶାନ୍ତ ଜଗଦ୍ଦେବଙ୍କ ଏପରି ବୟାନକୁ କଡ଼ା ନିନ୍ଦା କରିଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି, “ବିଧାୟକଙ୍କ ଏପରି କହିବାର ଅର୍ଥ ସେଠି ସବୁ ଲୋକ ଭୁଲ୍ ଓ ସେ ଏକା ହିଁ ସତ କହୁଛନ୍ତି। ଏହାକୁ ଏକ ପାଗଳର ପ୍ରଳାପ କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଧାୟକ ସେଦିନ ସଂପୂର୍ଣ୍ଣ ନିଶାଗ୍ରସ୍ତ ଅବସ୍ଥାରେ ଥିଲେ। ନିଶାଗ୍ରସ୍ତ ଅବସ୍ଥାରେ ଥାଇ ଲୋକଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ। ଏଭଳି ଆସୁରିକ ପ୍ରବୃତ୍ତି ଜଣେ ବିଧାୟକ ପୁଣି ପ୍ରଦର୍ଶନ କରିବେ ଓ ତା ପରେ କହିବେ ଅନୁତପ୍ତ ନୁହେଁ। ତା’ଠାରୁ ଦୁର୍ଭାଗ୍ୟଜନକ କଥା କିଛି ନାହିଁ। ଏଭଳି ଲୋକଙ୍କୁ ପାଗଳଖାନାରେ ରଖିବା ଦରକାର। ତାହା ହିଁ ସେମାନଙ୍କ ପାଇଁ ଉପଯୁକ୍ତ ସ୍ଥାନ।”

Leave a Reply

Your email address will not be published. Required fields are marked *