Pratidin TV

Odisha's Digital News Platform

ଗିରଫ୍ ହେଲେ ଅବନି ପତି : ନିଶା ନିବାରଣ କେନ୍ଦ୍ରରେ ଚଳାଉଥିଲେ ନିଜ ମନମାନି

1 min read

ଭୁବନେଶ୍ୱର : ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଉପରେ ଏକ ଘରୋଇ ନିଶା ନିବାରଣ କେନ୍ଦ୍ରରେ ଚାଲିଥିବା ଅତ୍ୟାଚାର ଘଟଣାଟିର ଭିଡିଓ ଭାଇରାଲ ହେବା ପରେ ଏହା ଉପରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି ପୋଲିସ୍ । ଏକ ପାଇବ ଦ୍ୱାରା ନିଶାନିବାରଣ କେନ୍ଦ୍ରର ମାଲିକ ଅବନି ପତି ଜଣେ ଭିନ୍ନକ୍ଷମ ଯୁବକଙ୍କୁ ନିର୍ମମ ପିଟିବା ସହ ତାଙ୍କୁ ପାଦ ଚଟାଇ ଥିଲେ । ଏନେଇ ସୋସିଆଲ ମିଡିଆରେ ଅବନିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମଧ୍ୟ ଜୋର ଧରିଥିଲା ।

ଏନେଇ ଘଟଣାର ସୂଚନା ପାଇ ବାରିପଦା ପୋଲିସ୍ ଗିରଫ୍ କରି ଜେରା ଆରମ୍ଭ କରିଦେଇଛି । ପୋଲିସ୍ ସୂଚନା ଅନୁଯାୟୀ ଅବନି ପତିଙ୍କ ନାରେ ପୂର୍ବରୁ ମଧ୍ୟ ୨ ଟି କେସ୍ ରହିଛି । ପୂର୍ବରୁ ଏକ ହତ୍ୟା ଓ ନିଜେ ନିଶାଶକ୍ତ ହୋଇ ସେଠାରେ ଚିକିତ୍ସିତ ଯୁବକଙ୍କୁ ମାରିବା ନେଇ ପୋଲିସ୍ ଷ୍ଟେସନ ରେ ପଞିକୃତ କରାଯାଇଥିଲା ।

Advertisement

Leave a Reply

Your email address will not be published. Required fields are marked *