Pratidin TV

Odisha's Digital News Platform

ଆଜି ପବିତ୍ର ରକ୍ଷା ବନ୍ଧନ : ରାକ୍ଷୀକୁ ସାକ୍ଷୀ ରଖି ଜୀବନ ସାରା ଭଉଣୀର ରକ୍ଷା କରିବେ ଭାଇମାନେ ।

1 min read

ଭୁବନେଶ୍ୱର : ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣମୀ । ଏନେଇ ଆଜି ସାରା ରାଜ୍ୟରେ ଖେଳି ଯାଇଛି ଖୁସିର ଲହରି । ଯିଏ ଯେଉଁଠି ଯେତେ ଦୂରରେ ଥାଉନା କାହିଁକି ଆଜି ପାଇଁ ସମସ୍ତେ ଫେରିଥାଆନ୍ତି ନିଜ ଘରକୁ । କେମିତି ବା ନଫେରିବେ ଘରେପା ଅନେଇ ବସିଥିବ ସାନ ଭଉଣୀ । ଭାଇ ଆସିଲେ ରାକ୍ଷୀ ବାନ୍ଧିବ ମିଠା ଖୁଆଇବ , ସେଇ ଗୋଟେ ଦିନ ପାଇଁ ଭାଇ ଭଉଣୀ ଭିତରେ ଥିବା ଖଟା ମିଠା ରାଗ ରୁଷାକୁ ଦୂରେଇକି ଖାଲି ସ୍ନେହ ମିଳିବ ।ସେହିଭଳି ଭାଇମାନେ ଆଜି ଭଳି ପବିତ୍ର ଦିନରେ ଭାଇମାନେ ନିଜ ଭଉଣୀକୁ ସବୁ ବିପଦ ଓ କୃଦୃଷ୍ଟିରୁ ରକ୍ଷା କରିବା ନେଇ ସଂକଳ୍ପ କରିଥାନ୍ତି ।

କିନ୍ତୁ ଆଜିକା ଯୁଗରେ ପ୍ରତ୍ୟକ ଭାଇମାନଙ୍କୁ ନିଜ ଭଉଣୀ ସହ ସମସ୍ତ ନାରୀ ଜାତି ତଥା ଝିଅ ମାନଙ୍କସମ୍ନାନ ଦେବା ସହ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ସଂକଳ୍ପ କରିବା କଥା । ଯାହାଦ୍ୱାରା ଆଜିକାଲି ସମାଜରେ ନାରୀ ପ୍ରତି ହେଉଥିବା ଦୁଷ୍କର୍ମ,ଅତ୍ୟାଚାର ଓ ଅନ୍ୟାୟ କମିବ । ତେବେ ଆଜି ଭଳି ପବିତ୍ର ଦିନରେ ସମସ୍ତ ଭାଇମାନଙ୍କୁ ନିଜ ଭଉଣୀ ସହ ସମସ୍ତ ଭଉଣୀ ମାନଙ୍କୁ ସୁରକ୍ଷା ଓ ସମ୍ମାନ ଦେବପାଇଁ ସଂକଳ୍ପ କରିବା ଉଚିତ୍ ।

Advertisement

Leave a Reply

Your email address will not be published. Required fields are marked *