Pratidin TV

Odisha's Digital News Platform

ସଶକ୍ତ ହେବ ଓଡିଶା ସ୍ୱାବଲମ୍ବୀ ହେବେ ମହିଳା , ବିନା ସୁଧରେ ମିଳିବ ୧୦ ଲକ୍ଷ ଟଙ୍କା!

ସଶକ୍ତ ହେବ ଓଡିଶା , କାରଣ ଏବେ ମାଆ ମାନେ ହେବେ ସ୍ୱାବଲମ୍ବୀ । ଏଣିକି ଆଉ ପାଞ୍ଚ ଲକ୍ଷ ନୁହେଁ ୭୦ ଲକ୍ଷ ଏସଏଚଜିକୁ ବିନା ସୁଧରେ ଯୋଗାଇ ଦିଆଯିବ ୧୦ ଲକ୍ଷ ଟଙ୍କା । ଏହି ଋଣ ବ୍ୟବସ୍ଥାର ଶୁବାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ମିଶନ ଶକ୍ତି ମା’ ମାନଙ୍କ ପାଇଁ ୟୁନିଫର୍ମ ଓ ବ୍ଲେଜର ସହାୟତା ସହ ୧୪୫ କୋଟି ଟଙ୍କାର ସୁଧ ଫେରସ୍ତ । ଆଜି ଭୁବନେଶ୍ୱର ଲୋକସଭା ଭବନରେ କନ୍‌ଭେନସନ ସେଣ୍ଟର ଠାରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ।

ସେହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ମିଶନ ଶକ୍ତି ମୋର ପ୍ରିୟ କାର୍ଯ୍ୟକ୍ରମ । ମା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ମୋ ସରକାର ନିରନ୍ତର କାର୍ଯ୍ୟ କରୁଛି । ମହିଳା ମାନେ ଏବେ ସରକାରଙ୍କ ପାର୍ଟନର । ମହିଳାମାନେ ଏବେ ସରକାରୀ କାର୍ଯ୍ୟକ୍ରମରେ ସହଯୋଗୀ ହୋଇପାରିଛନ୍ତି । ମାଆଙ୍କୁ ୮ ହଜାର କୋଟି ଟଙ୍କାର ସରକାରୀ ବିଜିନେସ୍ ସହାୟତା ଯୋଗାଇ ଦିଆଯାଇଅଛି । ମହିଳାଙ୍କ ସଶକ୍ତିକରଣ ଏବେ ନାରୀଶକ୍ତିର ଆଣିଛି ଏକ ବୈପ୍ଳବିକ ପରିବର୍ତ୍ତନ । ମାଆ ମାନଙ୍କୁ ଘରର ଚାରିକଣରୁ ନେଇ ବିଦେଶର ଅନୂଭୁତି ପ୍ରଦାନ କରିଛି ରାଜ୍ୟ ସରକାର । ଆଜି ମାଆ ମାନଙ୍କୁ ମିଳିଛି ଏକ ସ୍ୱତନ୍ତ୍ର ପରିଚୟ । ଯେଉଁଥିପାଇଁ ଆଜି ମହିଳାମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave a Reply

Your email address will not be published. Required fields are marked *