Pratidin TV

Odisha's Digital News Platform

ବମ୍ପର ଅଫର ହେଲା କାଳ , ୪୯ ଅଣ୍ଡା ପାଇଁ ଆକାଉଣ୍ଟରୁ କଟିଗଲା ୪୮ ହଜାର ଟଙ୍କା ..

1 min read

ଗୋଟିଏ ଅଣ୍ଡାର ମୂଲ୍ୟ ୧୦୦୦ ଟଙ୍କା । ଏକଥା ଶୁଣିବା ପରେ ଯେକେହିବି ଚମକି ପଡିବେ । ଅଣ୍ଡାର ସାଧାରଣତଃ ୬ଟଙ୍କା ନହେଲେ ସାତ ଟଙ୍କା । ହେଲେ ଅଣ୍ଡାର ମୂଲ୍ୟ ହଜାର ଟଙ୍କା ଏହା କେମିତି ସମ୍ଭବ । ଅବିଶ୍ୱାସ ଲାଗୁଥିଲେ ଘଟଣାଟି ସତ । ଅଣ୍ଡା କିିଣିବା ମହିଳାଙ୍କ ପାଇଁ ମହଙ୍ଗା ପଡିଲା । ଆଉ ଆକଉଣ୍ଟରୁ କଟିଗଲା ୪୮ ହଜାର ଟଙ୍କା । ଏ ପୁରା ଘଟଣା ଆପଣ ଶୁଣିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବ । ଅନଲାଇନରେ ବମ୍ପର ଅଫର ଦେଖି , ମହିଳା ଜଣକ ୪ ଡଜନ ଅଣ୍ଡା କିଣି ଠକାମୀର ଶିକାର ହୋଇଛନ୍ତି ।୪ ଡଜନ ଅଣ୍ଡାକୁ ୪୯ ଟଙ୍କା ବୋଲି ମହିଳା ଜଣକ ଅନଲାଇନରେ ଦେଖିବାକୁ ପାଇଥିଲେ । କିନ୍ତୁ ସେ ଯେତେବେଳେ ଏହି ଅଫରର ଲାଭ ଉଠାଇବାକୁ ଚେଷ୍ଟା କଲେ ତାଙ୍କ ଆକାଉଣ୍ଟରୁ ୪୮ ହଜାର ଟଙ୍କା କଟିଗଲା । ସୂଚନାଯୋଗ୍ୟ, ଫେବୃଆରି ୧୭ ତାରିଖରେ ଏହି ମହିଳା ଜଣକ ଏକ ଅନଲାଇନ୍ ସପିଂ କମ୍ପାନିରୁ ଇମେଲ ମାଧ୍ୟମରେ ଏକ ଅଫର ପାଇଥିଲେ ।

ଏହି ଅଫରଟି ଥିଲା ‘୪୯ଟଙ୍କାରେ ୪୮ଟି ଅଣ୍ଡା ପ୍ରାପ୍ତ କରନ୍ତୁ ।’ ଏଥିପାଇଁ ଅନଲାଇନ ପେମେଣ୍ଟ କରି ଏହି ଅଫରର ଲାଭ ଉଠାନ୍ତୁ । ମହିଳା ଜଣକ ଏହି ମେସଜ୍ କ୍ଲିକ୍ କରିଥିଲେ । ଏହାପରେ ଅଣ୍ଡାବିତରଣ ପାଇଁ ଠିକଣା ଏବଂ ମୋବାଇଲ ନମ୍ବର ଓ ସମସ୍ତ ବିବରଣୀ ପ୍ରଦାନ କରିଥିଲେ । ଶେଷରେ ଅନଲାଇନ୍ ମାଧ୍ୟମରେ ପେମେଣ୍ଟ କରିବା ପାଇଁ ତାଙ୍କ କ୍ରେଡିଟ୍ କାର୍ଡ ର ସମସ୍ତ ବିବରଣୀ ଭରିଥିଲେ । ଏହାପରେ ତାଙ୍କ ମୋବାଇଲ୍ କୁ ଏକ ଓଟିପି ଆସିଥିଲା ଏହି ଓଟିପି ସହିତ ମହିଳା ଜଣକ ୪୯ ଟଙ୍କା ପେମେଣ୍ଟ କରିଦେଇଥିଲେ । ଏହାପରେ କିଛି ସମୟ ମଧ୍ୟରେ ଆଉ ଏକ ମେସଜ୍ ଆସିଥିଲା । ଯେଉଁ ମେସେଜ୍ ପଢିବା ପରେ ମହିଳାଙ୍କ ପାଦତଳୁ ମାଟି ଖସିଯାଇଥିଲା । କାରଣ ସେଥିରେ ତାଙ୍କ ଆକାଉଣ୍ଟରୁ ୪୮ ହଜାର ୧୯୯ ଟଙ୍କା କଟିଯବା ସୂଚିତ କରିଥିଲା । ଏହାପରେ ବ୍ୟାଙ୍କ ତରଫରୁ ତାଙ୍କ ପାଖକୁ ଏକ ଫୋନ୍ ଆସିଥିଲା । ମହିଳା ଜଣକ ଠକାମୀର ଶିକାର ହୋଇଥିବା ଜଣାଇବା ପରେ ତାଙ୍କ ଆକାଉଣ୍ଟକୁ ବ୍ଲକ କରାଯାଇଥିଲା । ଏହାପରେ ମହିଳା ଜଣକ ସାଇବର କ୍ରାଇମ୍ ହେଲପଲାଇରେ ସାହାଯ୍ୟ ନେଇ ନିକଟସ୍ଥ ଥାନାରେ ଅଭିଯୋଗ କରିଥିଲେ । ତେବେ ମହିଳା ଜଣକ ନାମ ହେଉଛି ଶିବାନୀ ସେ ବେଙ୍ଗାଲୁରୁର ବସନ୍ତ ନଗର ବାସୀନ୍ଦା ବୋଲି ଜଣାପଡିଛି । ଶାଇନ୍ ମବାଇଲ୍ ଏଚ୍‌ୟୁ ଆକାଉଣ୍ଟକୁ ଏହି ଟଙ୍କା ଯାଇଥିବା ଶିବାନୀ କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *