Pratidin TV

Odisha's Digital News Platform

(video) ସାମ୍ବାଦିକ ମାନଙ୍କ ସହ ନାଚିଲେ ରାଣୀ ପଣ୍ଡା , ଖୁଆଇଲେ କେକ୍ ..

1 min read

ରାତିରେ ମୁହଁରେ ମେକ୍‌ଅପ୍ ବୋଳି ଅଭିନୟ କରି ଦୁଇ ପଇସା ରୋଜଗାର କରନ୍ତି । ସେହି ପଇସାରେ ନିଜର ଗୁଜୁରାଣ ମେଣ୍ଟାଇବା ସହ ଗରିବ ଗୁରୁବାଙ୍କ ସାହାଯ୍ୟ କରନ୍ତି । ସାରା ଓଡିଶା ପାଇଁ ସେ ସିନା ବିବାଦୀୟ ଅଭିନେତ୍ରୀ , ହେଲେ ତାଙ୍କ ହୃଦୟଟା ବହୁତ ବଡ । ଆଉ ତାଙ୍କ ହୃଦୟରେ ସମସ୍ତଙ୍କ ପାଇଁ ସମ୍ମାନ ଏବଂ ଉଦରତା ଭରି ହୋଇ ରହିଛି । ଆଜି ପୁଣି ଥରେ ନିଜର ମହାନତାର ପରିଚୟ ଦେଇଛନ୍ତି ରାଣୀ ପଣ୍ଡା । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ସାମ୍ବାଦିକ ମାନଙ୍କୁ ଦେଇଛନ୍ତି ସ୍ୱତନ୍ତ୍ର ସମ୍ମାନ ।

ରଙ୍ଗମଞ୍ଚର ସେହି ଝିଲିମିଲି ଆଲୁଅ ଛାଡି ସେ ସାମ୍ବାଦିକ ଭାଇ ମାନଙ୍କୁ ଦେଇଛନ୍ତି ଶ୍ରେଷ୍ଠ ସମ୍ମାନ । ସାମ୍ବାଦିକ ମାନଙ୍କ ପାଇଁ ଏକ ଭବ୍ୟ ଆୟୋଜନ କରିଥିଲେ ରାଣୀ ପଣ୍ଡା । ଏବଂ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଗଣମାଧ୍ୟମର ପ୍ରତିନିଧି ମାନେ । ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ମାନଙ୍କ ସହ ମିଶି ମନଖୋଲି ନାଚିଥିଲେ ରାଣୀ ପଣ୍ଡା । ନାଚ ଗୀତର ଆସର ସହିତ ଖାଇବା ପିଇବା ଆୟୋଜନ ମଧ୍ୟ କରିଥିଲେ ରାଣୀ । ତେବେ ପୁଣି ଥରେ ରାଣୀଙ୍କର ଏପରି କାର୍ଯ୍ୟ ତାଙ୍କର ମହାନତାର ପରିଚୟ ଦେଇଛି ।

Advertisement

Leave a Reply

Your email address will not be published. Required fields are marked *