ସମ୍ବଲପୁରରେ ଭୟାବହ ଦୁର୍ଘଟଣା….ବସ-ଟ୍ରକ ମୁହାଁମୁହିଁ ଧକ୍କା, ୮ ଗୁରୁତର ସହ ଚାଲିଗଲା ଜଣଙ୍କର ଜୀବନ
1 min readଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି | ବସ ଓ ଟ୍ରକ ମୁହାଁମୁହିଁ ଧକ୍କା | ଦୁର୍ଘଟଣାରେ ଜଣେ ମୃତ୍ୟୁ ସହ ୮ ଜଣ ହୋଇଛନ୍ତି ଗୁରୁତର | ଏହି ଭୟାବହ ଦୁର୍ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥରେ |
ସୂଚନା ଅନୁଯାୟୀ, ଗତକାଲି ରାତି ୧0ଟା ସମୟରେ ଶ୍ରୀ ରାମଜୀ ବେଞ୍ଜ ନାମକ ଜଣେ ବ୍ୟକ୍ତି ଏକ ଯାତ୍ରୀବାହୀ ବସ ବରଗଡରୁ ଭଦ୍ରକ ଯାଉଥିବା ବେଳେ ଆମଲାଙ୍ଗ ନିକଟରେ ଟ୍ରକ୍ ସହ ଧକ୍କା ହୋଇଥିଲା ।ଫଳସ୍ୱରୂପ ୨0 ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ |ଘଟଣାସ୍ଥଳରେ ଅଗ୍ନିଶ୍ରମ ବାହିନୀ, ଓ ପୋଲିସ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲା | ସେଥିମଧ୍ୟରୁ ୮ ଜଣ ଗୁରୁତରଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା | ଚିକତ୍ସାଧୀନ ଅବସ୍ଥାରେ ବସର ହେଲପର ମୃତ୍ୟୁବରଣ କରିଥିଲା | ଦୁର୍ଘଟଣା ପରେ ଉଭୟ ଗାଡିର ଡ୍ରାଇଭର ଫେରାର ହୋଇଯାଇଥିଲେ |