Pratidin TV

Odisha's Digital News Platform

ଜଗା ଦର୍ଶନ ପାଇଁ ଖୁସି ମନରେ ବାହାରିଥିଲେ…..କୁହୁଡି ହେଲା କାଳ, ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ

1 min read

ଜଗନ୍ନାଥକୁ ଦର୍ଶନ କରିବାକୁ ଯାଉଥିବା ବେଳେ କଲା ସାଜିଲା କୁହୁଡି | ଡିଭାଇଡରରେ ପିଟି ହୋଇ ଓଲଟିଲା ବୋଲେରୋ | ୧୦ ଜଣ ଯୁବକ ଆହତ ହୋଇଥିବା ବେଳେ ୮ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି | ଗଞ୍ଜାମ ଜିଲ୍ଲା ଖଲିକୋଟ ଅନ୍ତର୍ଗତ NH ୧୬ କେଶପୁର ନିକଟସ୍ଥ ସିଙ୍ଗଡ଼ାପାଲି ଠାରେ ଏହି ମର୍ମ୍ମଦୂତ ସଡକ ଦୁର୍ଘଟଣା ଘଟିଛି |

ସୂଚନା ଅନୁଯାୟୀ, ଆଜି ଭୋରୁ ସମସ୍ତେ ବାହାରିଥିଲେ ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ | ସ୍ୱଚକ୍ଷୁରେ ଦର୍ଶନ କରି ନିଜ ମନର କଥା କହିବା ପାଇଁ | ହେଲେ ଏମିତି ଯେ ଘଟଣା ଘଟିଯିବ ତାହା କେହି ଭାବିନଥିଲେ | ଦ୍ରୁତଗତିରେ ଯାଉଥିବା ବୋଲେରୋ ଡ଼ିଭାଇଡରରେ ପିଟିହୋଇ ଓଲଟି ପଡିଥିଲା | ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଖଲିକୋଟ ନିକଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ଏବଂ ସେଠାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ଡାକ୍ତରଖାନରେ ସ୍ଥାନାନ୍ତର କରାଯାଇଥିଲା |

Advertisement

Leave a Reply

Your email address will not be published. Required fields are marked *