Pratidin TV

Odisha's Digital News Platform

ଦୀପବୀର ହଟାଇଲେ ସସ୍‌ପେନ୍ସ,ମା ହେବା ନେଇ ସୋଶିଆଲ ମିଡିଆରେ କଲେ କନଫର୍ମ

1 min read

ଦୀପବୀରଙ୍କ ଘରକୁ ଆସୁଛି ନୂଆ ଅତିଥି । ବଲିଉଡର ଲୋକପ୍ରିୟ ଦମ୍ପତି ଦୀପିକା ଓ ରଣବୀର ଏବେ ବାପା ମାଆ ହେବାକୁ ଯାଉଛନ୍ତି । ସୋଶିଆଲ ମିଡିଆରେ ପୋଷ୍ଟ କରି ନିଜ ପ୍ରଶଂସକ ମାନଙ୍କୁ ଏହି ଖୁସି ଖବର ଦେଇଛନ୍ତି । ସେପ୍ଟେମ୍ବର ୨୦୨୪ ରେ ନିଜର ପ୍ରଥମ ସନ୍ତାନକୁ ସ୍ୱାଗତ କରିବାକୁ ଯାଉଛନ୍ତି ଦୀପିକା ଓ ରଣବୀର । ଦୀପିକାଙ୍କ ଗର୍ଭଧାରଣ ଖବର ଶୁଣିବାପରେ ପ୍ରଶଂସକ ମାନେ ବେଶ୍ ଖୁସି ଅଛନ୍ତି । ଦାପିକା ତାଙ୍କ ଇନଷ୍ଟାଗ୍ରମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି । ସେହି ପୋଷ୍ଟରେ ଲେଖାଯାଇଛି, ସେପ୍ଟେମ୍ବର ୨୦୨୪, ଦୀପିକା-ରଣଭୀର । ଏହି ଫଟୋରେ ପିଲାମାନଙ୍କର ପୋଷାକ, ଜୋତା, ବେଲୁନର ଫଟୋ ଦେଖିବାକୁ ମିଳିଛି ।

ଏହି ପୋଷ୍ଟ ସେୟାର ହେବା ମାତ୍ରେ ଦମ୍ପତିଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ । ଫ୍ୟାନ୍ସ ସମେତ ସେଲିବ୍ରିଟି ଉଭୟଙ୍କୁ ଶୁଭକାମନା ଜଣାଉଛନ୍ତି ।ସୂଚନା ଥାଉ କି, ଦୀପିକା ପାଦୁକୋନ କିଛି ସମୟ ପୂର୍ବରୁ BAFTA ପୁରସ୍କାର ୨୦୨୪ରେ ଉପସ୍ଥାପିକା ଭାବେ ସାମିଲ ହୋଇ ଭାରତ ପାଇଁ ଗୌରବ ଆଣିଥିଲେ । ଏହି ସମୟର ଅନେକ ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ନିଜ ବେବି ବମ୍ପ ଲୁଚାଉଥିବା ନଜର ଆସିଥିଲେ ।

ଏହା ପରେ ସେ ଗର୍ଭବତୀ ଥିବା ନେଇ ଆଲୋଚନା ଜୋର ଧରିଥିଲା । ତେବେ ବର୍ତ୍ତମାନ ଦମ୍ପତି ଏହି କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଘରକୁ ନୂଆ ଅତିଥି ଆସିବା ନେଇ ନିଶ୍ଚିତ କରିଛନ୍ତି । ରଣବୀର ସିଂହ ଓ ଦୀପିକା ପାଦୁକୋନ ୨୦୨୮ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଉଭୟ ୨ଟି ବିବାହ ରୀତିନୀତିରେ ଇଟାଲୀର କୋମୋ ହ୍ରଦରେ ବିବାହ କରିଥିଲେ । ବିବାହର ୬ ବର୍ଷ ପରେ ଦମ୍ପତି ବାପା-ମାଆ ହେବାକୁ ଯାଉଛନ୍ତି ।

Leave a Reply

Your email address will not be published. Required fields are marked *