Pratidin TV

Odisha's Digital News Platform

ଟନେଲ ହିରୋଙ୍କ ଘରେ ବୁଲିଲା ବୁଲଡୋଜର , କହିଲେ ଆଜି ମୋତେ ମୋର ପୁରସ୍କାର ମିଳିଗଲା ..

1 min read

ଆଜି ବି ମନରୁ ଲିଭିନି ଟନେଲ ଟ୍ରାଜେଡି । ଉତ୍ତରାକଶୀ ଟନେଲ ଭିତରେ ଫଶିଥିବା ଶ୍ରମିକଙ୍କୁ ଦୀର୍ଘ ୧୭ ଦିନ ପରେ ଉଦ୍ଧାର କରି ୪୧ ଜଣ ଶ୍ରମିକଙ୍କ ଜୀବନ ବଞ୍ଚାଇଥିଲେ ରାଟ ହୋଲ ମାଇନର । ହେଲେ ସେହି ରାଟ ହୋଲ ମାଇନରଙ୍କ ଘରେ ବୁଲିଛି ବୁଲ ଡୋଜର । ୪୧ ଜଣ ଶ୍ରମିକଙ୍କ ଜୀବନ ରକ୍ଷା କରି ହିର ସାଜିଥିବା ସେହି ଟନେଲ ହିରୋ ନିଜ ଘରକୁ ରକ୍ଷା କରିପାରିଲାନି । ଆଖି ସାମ୍ନାରେ ଉଜୁଡି ଗଲା ତାର ସେହି ସ୍ୱପ୍ନର ଘର । ସୂଚନାନୁଯାୟୀ ଦିଲ୍ଲୀ ଡେଭଲପମେଣ୍ଟ ଅଥରିଟିର (ଡିଡିଏ) ଦ୍ୱାରା ଭଙ୍ଗା ଯାଇଥିବା ଘର ମଧ୍ୟରୁ ଗୋଟାଏ ଘର ହେଉଛି ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲ ଉଦ୍ଧାର କାର୍ଯ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଖଣି ଖନନକାରୀ ଭାକେଲ ହାସନଙ୍କର । ଉତ୍ତର -ପୂର୍ବ ଦିଲ୍ଲୀର ଖଜୁରୀ ଖାସ୍ ଅଞ୍ଚଳରେ ବୁଧବାର ଦିନ ଏହି ଉଚ୍ଛେଦ କାର୍ଯ୍ୟ ଚାଲିବା ବେଳର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।

ଏହି ଭଙ୍ଗାଯିବା ଏକ ବ୍ୟାପକ ପ୍ରୟାସର ଅଂଶ ବୋଲି ଡିଡିଏ କହିଛି । ତେବେ ହାସନ ଏବଂ ଅନ୍ୟ ବାସିନ୍ଦା ଯୁକ୍ତି କରିଛନ୍ତି କି ଘର ଭାଙ୍ଗିବାକୁ ନେଇ ସେମାନଙ୍କୁ ପୂର୍ବରୁ କୌଣସି ସୂଚନା ଦିଆଯାଇ ନଥିଲା । ହାସନ ନିଜର ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି, “ମୁଁ ଭେକେଲ ହାସନ । ଉତ୍ତରାଖଣ୍ଡର ସିଲିକାୟାରା ଟନେଲରୁ ୪୧ ଜଣ ଶ୍ରମିକଙ୍କ ଜୀବନ ବଞ୍ଚାଇବାର ପୁରସ୍କାର ମୁ ଁ ପାଇଛି । ତାହା ହେଉଛି ଯେ ଆମ ଘର ଭାଙ୍ଗି ଦିଆଯାଉଛି । ମୋର ସାହାଯ୍ୟ ଦରକାର ।

Advertisement

ସେମାନେ ମୋତେ ଏବଂ ମୋ ପିଲାମାନଙ୍କୁ ଧରି ପୁଲିସ୍ ଷ୍ଟେସନ୍ ନେଇ ମାଡ଼ ମାରିଛନ୍ତି । ୨୦୨୩ ନଭେମ୍ବର ୧୨ ତାରିଖରେ ଉତ୍ତରାକାଶୀ ଟନେଲରେ ଫସିରହିଥିଲେ ୪୧ ଜଣ ଶ୍ରମିକ । ଅନେକ ଚେଷ୍ଟା ଏବଂ ଉନ୍ନତ ମାନର ମେସିନ୍ ଫେଲ୍ ମାରିବା ପରେ , ଦୀର୍ଘ ୧୭ ଦିନ ପରେ ରାଟ ହୋଲ ମାଇନର ମାନେ ନିଜ ଜୀବନକୁ ବାଜି ଲଗାଇ ସେହି ଅପରେସନରେ ସାମିଲ ହୋଇଥିଲେ । ଆଉ ଶେଷରେ ସେହି ଟନେଲ ଭିତରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିଥିଲେ ଏହି ରାଟ ହୋଲ ମାଇନର ମାନେ । ଆଉ ଏହା ପରେ ସେମାନେ ପାଲଟି ଯାଇଥିଲେ ଟନେଲ ହିରୋ । ହେଲେ ସେମାନଙ୍କୁ ପୁରସ୍କାର ବଦଳରେ ଆଜି ତାଙ୍କର ଘର ଭାଙ୍ଗି ଦେଇଛି ଡିଡିଏ ।

Leave a Reply

Your email address will not be published. Required fields are marked *