Pratidin TV

Odisha's Digital News Platform

ବିଚାରପତିଙ୍କୁ ଦୁଇ ଆଙ୍ଗୁଠିରେ ସାଲ୍ୟୁଟ କରି ଅଡୁଆରେ ଫସିଗଲେ ପୋଲିସ ଅଧିକାରୀ ..

1 min read

ଦୁଇ ଆଙ୍ଗୁଠିରେ ସାଲ୍ୟୁଟ କରି ପୋଲିସ ଅଧିକାରୀଙ୍କୁ ପଡିଲା ମହଙ୍ଗା । ରାଗିଗଲେ ବିଚାରପତି । ପୁଲିସ୍ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦେଇଦେଲେ ନିର୍ଦ୍ଦେଶ । ଏପରି ଘଟଣା ହରିୟାଣା ଗୁରୁଗ୍ରାମରେ ଦେଖିବାକୁ ମିଳିଛି । ହରିୟାଣା ଗୁରୁଗ୍ରାମର ଆସିଷ୍ଟାଣ୍ଟ କମିସନର ଅଫ ପୁଲିସ୍ (ଏସିପି) ବିଚାରପତିଙ୍କୁ ଠିକ ଭାବେ ସାଲ୍ୟୁଟ କରି ନଥିଲେ । ଏଭଳି କାର୍ଯ୍ୟ ଏସିପିଙ୍କୁ ମହଙ୍ଗା ପଡ଼ିଛି । ସୂଚନାନୁସାରେ ଫେବ୍ରୁଆରି ୮ ତାରିଖରେ ଏସିପି ନବୀନ ଶର୍ମା ନିଜର ଦଳ ସହିତ ଏକ ଠକେଇ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରି ଗୁରଗ୍ରାମସ୍ଥିତ ଫାଷ୍ଟ କ୍ଲାସ୍ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟକୁ ହାଜର ପାଇଁ ଯାଇଥିଲେ ।

ଏହି ସମୟରେ ଏସିପି ନବୀନ ଶର୍ମା ବିଚାରପତିଙ୍କୁ ଦେଖି ଠିକ ଭାବେ ସାଲ୍ୟୁଟ କରି ନଥିଲେ । ବେଖାତିର ଭାବେ ଦୁଇ ଆଙ୍ଗୁଠିରେ ସାଲ୍ୟୁଟ କରି ଚାଲିଯାଇଥିଲେ ।ଏସିପି ନବୀନ ଶର୍ମାଙ୍କ ଏଭଳି ସ୍ୱଭାବ ଦେଖି ବିଚାରପତି ରାଗି ଯାଇଥିଲେ । ତେବେ ଏଭଳି ଭାବେ ସାଲ୍ୟୁଟ ମାରିବାର କାରଣ କ’ଣ ବୋଲି ନବୀନ ଶର୍ମାଙ୍କୁ ପ୍ରଶ୍ନ କରିଥିଲେ ବିଚାରପତି । ମୋର ସାର୍ଟ ଟାଇଟ୍ ଥିଲା । ତେଣୁ ମୁଁ ଠିକ୍ ଭାବେ ଆପଣଙ୍କୁ ସାଲ୍ୟୁଟ କରି ପାରି ନ ଥିଲି । ପୁଲିସ ଅଧିକାରୀଙ୍କ ଠାରୁ ଏଭଳି ଉତ୍ତର ପାଇ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରିପୋର୍ଟ ଦେବାକୁ ପୁଲିସ୍ ଆଇଜିଙ୍କୁ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି ।

Advertisement

ଏଥିସହ କହିଛନ୍ତି,‘ପ୍ରତ୍ୟେକ ପୁଲିସ୍ ଅଧିକାରୀ ଅଦାଲତ ଚାଲିଥିବା ସମୟରେ ପ୍ରବେଶ କଲେ କିପରି ସାଲ୍ୟୁଟ କରିବେ ତାହା ପଞ୍ଜାବ ପୁଲିସ୍ ରୁଲ୍ସ-୧୯୩୪ରେ ଉଲ୍ଲେଖ ରହିଛି । ତେଣୁ ପୁଲିସ୍ ନିୟମ ଓ ପ୍ରୋଟୋକଲ୍ ସମ୍ପର୍କରେ ସମ୍ପୃକ୍ତ ଅଧିକାରୀ ନବୀନ ଶର୍ମା ଅଧିକ ଜ୍ଞାନ ଆହରଣ କରିବା ଆବଶ୍ୟକତା ରହିଛି । ଏଥିସହ ଏ ସଂକ୍ରାନ୍ତରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏ ସଂକ୍ରାନ୍ତୀୟ ଡକ୍ୟୁମେଣ୍ଟ ଅଦାଲତରେ ଦାଖଲ କରିବାକୁ ପୁଲିସ୍ ଆଇଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜଣେ ଡିସିପିଙ୍କୁ ଏହି ମାମଲାର ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।

Leave a Reply

Your email address will not be published. Required fields are marked *