Pratidin TV

Odisha's Digital News Platform

ରକ୍ଷାବନ୍ଧନ ପଛରେ ଥିବା ଐତିହ କାରଣ

1 min read

ଆଜି ହେଉଛି ପ୍ରବିତ୍ର ଗହ୍ମା ପୂର୍ଣ୍ଣିମା ବା ରାକ୍ଷୀ ପୂର୍ଣ୍ଣିମା । ଶ୍ରାବଣ ମାସ ଶୁକ୍ଳପକ୍ଷ ପୂର୍ଣ୍ଣମା ତିଥିରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଏ । ଏହି ଦିନ ଭଉଣୀ ସ୍ନେହ ଓ ଭଲପାଇବାର ଡୋରୀ ଭାଇ ହାତରେ ବାନ୍ଧି ତାର ମଙ୍ଗଳ କାମନା କରିଥାଏ । ଏବଂ ଭାଇ ମଧ୍ୟ ନିଜ ଭଉଣୀର ଜୀବନସାରା ରକ୍ଷା କରିବା ପାଇଁ ପ୍ରତିଜ୍ଞା କରିଥାନ୍ତି ।ତେବେ ଚଳିତ ବର୍ଷ ଅଗଷ୍ଟ୧୧ ତାରିଖ ଆଜି ହେଉଛି ସେହି ଭାଇ- ଭଉଣୀଙ୍କ ନିଆରା ଭଲପାଇବା ଓ ସ୍ନେହର ପର୍ବ ରାକ୍ଷୀ ।


ସାରା ଭାରତ ବର୍ଷରେ ପାଳିତ ହୋଇଥାଏ ଏହି ପର୍ବ । ତେବେ ଏହି ପ୍ରଥାର ଉବଦ୍ଭ ଦ୍ୱାପର ଯୁଗରୁ ଆରମ୍ଭ ହୋଇଥିଲା । ଏକଦା ପଞ୍ଚୁପାଣ୍ଡବଙ୍କୁ ସାକ୍ଷାତ କରିବା ନିମନ୍ତେ କୃଷ୍ଣ ଖାଣ୍ଡବପ୍ରସ୍ଥ ଆସିଥିବେ । ସେଠାରେ କୌଣସି ପ୍ରକାରର ଦୁର୍ଘଟଣା ବସତଃ କୃଷ୍ଣଙ୍କ ହାତରେ ଆଘାତ ବାଜି ,ଧାର ଧାର ରକ୍ତ ବାହାରୁଥିବ । ଏହି ସମୟରେ ପଞ୍ଚୁପାଣ୍ଡବଙ୍କ ପତ୍ନୀ ପାଞ୍ଚାଳୀ/ଦୈପତୀ ସେଠାରେ ପହଞ୍ଚି କୃଷ୍ଣଙ୍କୁ ଏପରି ଅବସ୍ଥାରେ ଦେଖି ହଠାତ୍ ନିଜ ପିନ୍ଧିଥିବା ସାଢିକାନିରୁ କିଛି କପଡା ଚିରି ରକ୍ତ ବାହାରୁଥିବା ସ୍ଥାନରେ ଗୁଡାଇଦେବେ । ଏହାପରେ ସଙ୍ଗେ ସଙ୍ଗେ କୃଷ୍ଣଙ୍କ ହାତରୁ ବାହାରୁଥିବା ରକ୍ତସ୍ରାବ ବନ୍ଦ ହୋଇଯାଇଥିବ । ଏନେଇ କୃଷ୍ଣ ଦୈପତୀଙ୍କୁ ସେହିଦିନଠାରୁ ସବୁ ପରିସ୍ଥତିରେ ରକ୍ଷା କରିବାର ପ୍ରତିଶୃତି ଦେଇଥିବେ । ତେବେ ଆମେ ସମସ୍ତେ ମଧ୍ୟ ମହାଭାରତରେ କୃଷ୍ଣଙ୍କୁ ଦୈପତୀଙ୍କ ରକ୍ଷା କରିଥିବାର ଦେଖିଛେ । ସେ ର୍ଦୁବାସା ଋଷିଙ୍କ କ୍ଷୁଧା ମେଣ୍ଟାଇବା ହେଉ କିମ୍ବା ଦୈପତୀଙ୍କ ବସ୍ତ୍ରହରଣ ସମୟ ହେଉ ନାକାହିଁକି କୃଷ୍ଣ ଏହି ଦିନରେ ଦେଇଥିବା ପ୍ରତିଶୃତିକୁ ସବୁ ପରିସ୍ଥତିରେ ରକ୍ଷାକରିଥିଲେ ।ଦୈପତୀଙ୍କ ସମ୍ମାନର ଲଢେଇ ପାଇଁ ମଧ୍ୟଶେଷରେ ସାରଥୀ ସାଜିଥିଲେ ସେ ।

Advertisement


ଏନେଇ ଆଜିର ଦିନଟିକୁ କୃଷ୍ଣ ଦୈପତୀଙ୍କୁ ଦେଇଥିବା ପ୍ରତିଶୃତିକୁ ରକ୍ଷା କରିବା ଭଳି ଭାଇ ନିଜ ଭଉଣୀମାନଙ୍କୁ ପ୍ରତିଟି କ୍ଷେତ୍ରରେ ରକ୍ଷା କରିବେ ବୋଲି କଥା ଦେଇଥାନ୍ତି । ଏହାହିଁ ଆଜିର ଦିନଟିର ଯର୍ଥାର୍ଥ । ପାଳନକରାଯାଏ

Leave a Reply

Your email address will not be published. Required fields are marked *