Pratidin TV

Odisha's Digital News Platform

୩୦ ମିନିଟର ସିନ…୩୫ ଦିନର ସୁଟ…ଖର୍ଚ୍ଚ ୫୦ କୋଟି

1 min read

ଖୁବଶୀଘ୍ର ପରଦାରେ ଆସିବାକୁ ଯାଉଛି ବହୁ ପ୍ରତିକ୍ଷୀତ ଫିଲ୍ମ ପୁଷ୍ପା-୨ | ପ୍ରଶଂସକମାନେ ଏହି ଫିଲ୍ମ ରିଲିଜ ପାଇଁ ଆଗ୍ରହର ସହ ଅପେକ୍ଷାରେ ଅଛନ୍ତି | ଏହି ଫିଲ୍ମସଦାବେଳେ ଚର୍ଚ୍ଚାରେ ରହି ଆସୁଛି | ଏବେ ଏହି ଫିଲ୍ମକୁ ନେଇ ଆଉ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି | ଫିଲ୍ମର ଗୋଟିଏ ସିନ ରହିଛି ଯାହାର ନାଁ ହେଉଛି ‘ଗଗନଥଲ୍ଲୀ ଜଥାରା ସିନ୍’ । ଏହି ସିନର ସୁଟିଂ ପୂରା ହୋଇଛି । ଏହି ସିନ ପାଇଁ ଫିଲ୍ମ ନିର୍ମାତା ପୂରା ୫୦ କୋଟି ଟଙ୍କା ଖର୍ଚ୍ଚ କରି ଦେଇଛନ୍ତି ।

ସୂଚନା ମୁତାବକ, ପୁଷ୍ପା-୨ ଫିଲ୍ମ ସୁଟିଂ ଚାଲୁଥିବା ସମୟରେ ଆସିଛି ଆଶ୍ଚର୍ଯ୍ୟଜନକ ଖବର | ଗୋଟେ ସିନର ସୁଟିଂ ପାଇଁ ଖର୍ଚ ହୋଇଛି ୫୦ କୋଟି ଟଙ୍କା | ଏହି ସିନ ହେଉଛି ଗୀତ ଯେଉଁଥିରେ ଫାଇଟିଂ ରହିଛି ଏବଂ ଇମୋସନାଲ ସିନ୍ ରହିଛି । ୩୦ ମିନିଟର ଏହି ସିନ ପାଇଁ ମୋଟ ୩୫ ଦିନ ସମୟ ଲାଗିଥିଲା। ଏଥିପାଇଁ ଖର୍ଚ୍ଚ ହୋଇଛି ୫୦ କୋଟି ଟଙ୍କା । ଯେଉଁ ଟଙ୍କାରେ କି ଆଉ ଗୋଟେ ଫିଲ୍ମ ତିଆରି ହୋଇ ପାରିବ ।

Advertisement

ସାରା ଦେଶରେ ପ୍ରଶଂସକମାନେ ଆଲୁ ଅର୍ଜୁନଙ୍କ ଆଗାମୀ ଚଳଚ୍ଚିତ୍ର ’ପୁଷ୍ପା ୨’ ପାଇଁ ଅପେକ୍ଷାରେ ଥିବା ବେଳେ ଫିଲ୍ମର ନିର୍ମାତା ଏହାର ସିକ୍ୱେଲର ରିଲିଜ୍ ତାରିଖ ଘୋଷଣା କରିଛନ୍ତି ଫିଲ୍ମର ନିର୍ମାତା ଏହାର ସିକ୍ୱେଲର ରିଲିଜ୍ ତାରିଖ ଘୋଷଣା କରିଛନ୍ତି | ଆଉ ଖବର ମିଳୁଛି କି ଏହି ଫିଲ୍ମଟି ଆଗାମୀ ୨୦୦ ଦିନ ମଧ୍ୟରେ ଥିଏଟରରେ ଆସିବ ବୋଲି ଜଣାପଡିଛି |

ନୂତନ ଅପଡେଟ ଅନୁଯାୟୀ, ଆଲୁ ଅର୍ଜୁନ ଅଭିନୀତ ‘ପୁଷ୍ପା ୨’ ଅଗଷ୍ଟ ୧୫, ୨୦୨୪ ରେ ଏକାଧିକ ଭାଷାରେ ଥିଏଟରରେ ମୁକ୍ତିଲାଭ କରିବ । ନିର୍ମାତାମାନେ ପୋଷ୍ଟର ସେୟାର କରିଛନ୍ତି ଯେଉଁଥିରେ ଲେଖାଅଛି, ପୁଷ୍ପା-୨, ୨୦୦ ଦିନ ଭିତରେ ରିଲିଜ ହେବ ।

Leave a Reply

Your email address will not be published. Required fields are marked *