Pratidin TV

Odisha's Digital News Platform

ଆରମ୍ଭ ହେବ ଅନନ୍ତ ରାଧିକାଙ୍କ ପ୍ରି-ୱେଡିଂ , ଜାମନଗରରେ ଲାଗିଲାଣି ସେଲିବ୍ରିଟି ଙ୍କ ଭିଡ …

1 min read

ଆରମ୍ଭ ହେବ ଅନନ୍ତ ରାଧିକାଙ୍କ ପ୍ରି-ୱେଡିଂ । ଗୁଜୁରାଟର ଜାମନଗରରେ ପ୍ରି-ୱେଡିଂ ଫଙ୍କସନର ୩ଦିନ ଧରି ଅନୁଷ୍ଠିତ ହେବ । ତେବେ ହେି ଉତ୍ସବରେ ଯୋଗଦେବା ପାଇଁ ଜାମନଗରରେ ଲାଗିଲାଣି ସେଲିବ୍ରିଟି ଙ୍କ ଭିଡ । କେବଳ ସେଲିବ୍ରିଟି ନୁହନ୍ତି
ଦେଶ ବିଦେଶର ଶିଳ୍ପଉଦ୍ୟୋଗପତି , ରାଜନେତା ଏବଂ କ୍ରିକେଟର ମାନେ ସାମିଲ ହେବେ । ମେଟା ସିଇଓ ମାର୍କ ଜୁକରବର୍ଗ ଠାରୁ ଆରମ୍ଭ କରି ହଲିଉଡର କଣ୍ଠଶିଳ୍ପୀ ରିହାନା ଏବଂ ବଲିଉଡର ଶାହାରୁଖ ଖାନ, ସଲମାନ ଖାନ ସମେତ ରାନୀ ମୁଖାର୍ଜି, ସାଉଥ ନିର୍ମାତା ଅଟଲି ସମେତ ଅନେକ ସେଲିବ୍ରିଟି ଏବଂ ଶିଳ୍ପଉଦ୍ୟୋଗପତି, ରାଜନେତା ଜାମନଗରରେ ପହଞ୍ଚିସାରିଲେଣି ।

ପତ୍ନୀ ପ୍ରିସ୍କିଲା ଖାନଙ୍କ ସହ ମେଟା ସିଇଓ ମାର୍କ ଜୁକରବର୍ଗ, ହଲିଉଡ ଗାୟିକା ରିହାନା, ମଲ୍ଟି-ଇନଷ୍ଟ୍ରୁମେଣ୍ଟାଲିଷ୍ଟ, ଗୀତିକାର, ନିର୍ମାତା ଏବଂ ବ୍ୟାସଷ୍ଟର ଆଡାମ ବ୍ଲାକଷ୍ଟୋନ, ସପରିବାର ସହ ଶାହାରୁଖ ଖାନ, ସଲମାନ ଖାନ, ରଣଭୀର ସିଂ ଏବଂ ଦୀପିକା ପାଦୁକୋନ, ରାନୀ ମୁଖାର୍ଜୀ, ଅର୍ଜୁନ କପୁର, ଚଳଚ୍ଚିତ୍ର ନିର୍ମାତା ବୋନି କପୁର, ଚଳଚ୍ଚିତ୍ର ନିର୍ମାତା ଅୟାନ ମୁଖାର୍ଜୀ, ସପରିବାର ସହ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅଟଲି ଏବଂ ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେ, ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀ ଅମୃତା ଫଡନାଭିସ, ପତ୍ନୀଙ୍କ ସହ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି ଏହି ବିବାହ ଉତ୍ସବରେ ସାମିଲ ହେବାକୁ ଜାମନଗରରେ ପହଞ୍ଚିଛନ୍ତି ।

ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ତିନି ଦିନିଆ ବିବାହ ସମାରୋହ ଶୁକ୍ରବାର ଠାରୁ ଜାମନଗରରେ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ସାରା ବିଶ୍ୱରୁ ବହୁ ବିଦେଶି ଅତିଥିମାନେ ଆସୁଛନ୍ତି । ବର୍ତ୍ତମାନ ଜାମନଗର ବିମାନବନ୍ଦର ସବୁଠୁ ବ୍ୟସ୍ତବହୁଳ ବିମାନବନ୍ଦର ପାଲଟିଛି ।

Leave a Reply

Your email address will not be published. Required fields are marked *