Pratidin TV

Odisha's Digital News Platform

ଭୁଲିଗଲେ ଅତିଥି ଦେବୋ ଭବଃ ବାର୍ତ୍ତା , ପୁରୀରେ ବିଦେଶୀ ପର୍ଯ୍ୟଟକଙ୍କୁ ଲୁଟିଲେ ଟାକ୍ସି ବାଲା …

1 min read

ଓଡିଶାର କଳା ଐତିହ୍ୟ ବିଦାସୀ ମାନଙ୍କୁ ଟାଣି ଆଣିଥାଏ । ତା ସହିତ ଓଡିଆ ମାନଙ୍କର ଅତିଥି ଚର୍ଚ୍ଚା ପାଇଁ ସାତ ଦରିଆ ପାର ହୋଇ ଧାଇ ଆସିଥାନ୍ତି ପର୍ଯ୍ୟଟକ । ପ୍ରତି ଓଡିଆ ଅତିଥି ଦେବୋ ଭବଃ । ହେଲେ ସେହି ଅତିଥି ଆଜି ଭିକାରୀ ଆଶ୍ରୟ ସ୍ଥଳରେ ପୁଲିସ ସହାୟତା ରେ ଆଶ୍ରୟ ନେଉଛନ୍ତି । ପୁରୀ ନୀଳାଦ୍ରି ନୀଳୟ ଭିକାରୀ ଆଶ୍ରୟ ସ୍ଥଳରେ ନେଦରଲ୍ୟାଣ୍ଡର ବିଦେଶୀ ପଯ୍ୟଟକ ଆନଥୋନି ଭ୍ୟାନ ଅର୍କେଲ ଆଶ୍ରୟ ନେଉଛନ୍ତି । ନୀଳାଦ୍ରି ନୀଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆନଥୋନି କହିଛନ୍ତି ଯେ ଜାନୁଆରୀ ୨୫ ତାରିଖ ଠାରୁ ଏହି ଭିକାରୀ ଆଶ୍ରୟ ସ୍ଥଳରେ ପୁଲିସ ସହାୟତା ରେ ଆଶ୍ରୟ ନେଉଅଛି । କାରଣ ତାଙ୍କ ନଗଦ ଟଙ୍କା ସହିତ କ୍ୟାମେରା, ହୀରାମୁଦି ୬ ଲକ୍ଷ ଟଙ୍କା ର ସାମଗ୍ରୀ ପୁରୀ ର ଜଣେ ଟ୍ୟାକ୍ସି ଚାଳକ ଲୁଟି ନେଇଛନ୍ତି । ।

ବଳିଆପଣ୍ଡା ପୋଲିସ ତରଫରୁ ସମ୍ପୃକ୍ତ ଟାକ୍ସି କୁ ଜବତ କରାଯାଇ ବଳିଆପଣ୍ଡା ଥାନାରେ ଅଟକ ଥିଲେ ମଧ୍ୟ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇ ନାହିଁ । ଏହି ଘଟଣା ସମ୍ପର୍କରେ ପ୍ରଥମେ ବଳିଆ ପଣ୍ଡା ଏବଂ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଫେବୃଆରୀ ୪ ତାରିଖ ପରେ ଉମିଦ ଫାଉଣ୍ଡେସନ ପୁରୀର ସମ୍ପାଦକ ତଥା ଯୁବ ସମାଜସେବୀ ଡାନିଆଲ ନାୟକ ବିଦେଶୀ ପର୍ଯ୍ୟଟକଙ୍କୁ ନେଇ ସମ୍ପୃକ୍ତ ଘଟଣା ସମ୍ପର୍କରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁଶୀଲ କୁମାର ମିଶ୍ର ଏବଂ ଉପ ଆରକ୍ଷୀ ଅଧିକ୍ଷକ ସହରାଞ୍ଚଳ ପ୍ରଶାନ୍ତ କୁମାର ସାହୁଙ୍କୁ ଭେଟି ସହାୟତା ପାଇଁ ଫେବୃଆରୀ ୯ ରେ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣାର ଦୀର୍ଘ ଦିନ ପରେ ମଧ୍ୟ୍ୟ କୌଣସି ବିହିତ ପଦକ୍ଷେପ ଗ୍ରହଣ କରାଯାଇନାହିଁ ।ତେଣୁ ବାଧ୍ୟ ହୋଇ ଗଣମାଧ୍ୟମର ସହାୟତା ଲୋଡିଛନ୍ତି ବିଦେଶୀ ପର୍ଯ୍ୟଟକ । ଏହାସହ ଗଣମାଧ୍ୟମ ଜରିଆରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି ବିଦେଶୀ ପର୍ଯ୍ୟଟକ ।

Advertisement

ପର୍ଯ୍ୟଟକ ତାଙ୍କ ଦେଶକୁ ଫେରିବା ପାଇଁ ଜିଲ୍ଲା ପ୍ରଶାସନ କୁ ମଧ୍ୟ ନିବେଦନ କରିଛନ୍ତି । ଏମାନେ ହେଉଛନ୍ତି ଆମର ଅତିଥି । ପଡୋଶୀ ଦେଶରୁ ପୁରୀ ବୁଲିବାକୁ ଆସିଥିଲେ । ଅତିଥି ଦେବୋ ଭବ, ସେହି ନ୍ୟାୟରେ ଭଲ ଅନୁଭୂତି ନେଇ ଫେରିବା କଥା । ଯେମିତି ଥରେ ଆସିଲେ ବାରମ୍ବାର ଆସିବାକୁ ଚାହିଁବେ । ବାହାର ପର୍ଯ୍ୟଟକ ଆସିଲେ ଓଡିଶା ପର୍ଯ୍ୟଟନର ବିକାଶ ହେବ । ଏହାକୁ ନେଇ ଚାଲୁଥିବା ଅର୍ଥନୀତିକୁ ଗତି ମଳିବ । ଥରେ ଭାବନ୍ତୁ ଏଭଳି ଅନୁଭୂତି ନେଇ ଫେରୁଥିବା ପର୍ଯ୍ୟଟକ, ଆଉଥରେ ଆସିବାକୁ ଚାହିଁବେ ତ?

Leave a Reply

Your email address will not be published. Required fields are marked *