Pratidin TV

Odisha's Digital News Platform

ଗୋଡରେ ଆଘାତ ହାତର ବାସି ରୁଟି , ଅଭିନେତା ଧର୍ମେନ୍ଦ୍ରଙ୍କ ଏପରି ଅବସ୍ଥା ଦେଖି ଚିନ୍ତାରେ ପ୍ରଶଂସକ ..

1 min read

ବଲିଉଡର ପ୍ରସିଦ୍ଧ ଅଭିନେତା ଧର୍ମେନ୍ଦ୍ର , ତାଙ୍କ ଅଭିନୟର ଯାଦୁରେ ସମସ୍ତଙ୍କୁ ପାଗଳ କରିଦିଅନ୍ତି । ଆଜି ବି ତାଙ୍କ ଅଭିନୟରେ ଦିବାନା ହେଉଛନ୍ତି ଲୋକେ । ହେଲେ ଏବେ ଅବିନେତାଙ୍କର ହୋଇଯାଇଛି ଦୟନୀୟ ଅବସ୍ଥା । ଯାହାକୁ ଦେଖି ପ୍ରଶଂସକ ମାନେ ଚିନ୍ତାରେ ପଡିଯାଇଛନ୍ତି । ଅଭିନେତା ତାଙ୍କ ସୋଶିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି ଯେଉଁଁ ଫଟୋରେ ଦଖିବାକୁ ମିଳିଛି ଯେ ତାଙ୍କ ଗୋଡରେ ଆଘାତ ଲାଗିଛି , ତା ସହିତ ହାତରେ ଧରିଛନ୍ତି ବାସି ରୁଟି ।


ଅଧାରାତିରେ ଅଭିନେତାଙ୍କ ଫଟୋ ଶେୟାର କରିବା ପରଠାରୁ ଚର୍ଚ୍ଚାରେ ଲୋକପ୍ରିୟ ଅଭିନେତା ଧର୍ମେନ୍ଦ୍ର । ତାଙ୍କୁ କ’ଣ ହୋଇଛି, ଏଭଳିକି କ’ଣ ପାଇଁ ସେ ଏପରି ଅବସ୍ଥାରେ ନଜର ଆସୁଛନ୍ତି ତାହା ଜାଣିବାକୁ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଛି ।ବିଳମ୍ବିତ ରାତିରେ ଫଟୋଟିଏ ପୋଷ୍ଟ କରି ଧର୍ମେନ୍ଦ୍ର ଲେଖିଥିଲେ, ଅଧା ରାତି ହେଲାଣି , ନିଦ ଆସୁନି ହେଲେ ଭୋକ ଲାଗିଯାଉଛି । ବାସି ରୁଟି ସହ ଲହୁଣୀ ବେଶ ସୁଆଦିଆ ଲାଗୁଛି । ଏହି ଫଟୋ ଦେଖି ଅଭିନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବା ଲାଗି ଲଗାତର ଭାବେ ପ୍ରଶଂସକଙ୍କ କମେଣ୍ଟ ବଢ଼ି ଚାଲିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହାରି ଉପରେ ଅଭିନେତା କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

Advertisement

Leave a Reply

Your email address will not be published. Required fields are marked *