Pratidin TV

Odisha's Digital News Platform

ବିଜେଡି-ବିଜେପି ମେଣ୍ଟରେ କାହାର ହେବ ଫାଇଦା ?

1 min read

୨୦୨୪ ସାଧାରଣ ନିର୍ବାଚନ ରେ ବିଜେଡି-ବିଜେପି ମେଣ୍ଟ ହେବା ନେଇ ଶୁଣିବାକୁ ମିଳିଲାଣି ସ୍ପଷ୍ଟ ସୂଚନା, ଯଦିଓ ରାଜ୍ୟର ଦୁଇ ପ୍ରମୁଖ ରାଜନୀତିକ ଦଳ ଏଥିରେ ମୋହର ଲଗାଇନାହାନ୍ତି ତଥାପି ବିଧାନ ସଭାରେ ୧୦୨ ଓ ୪୫ ଆସନରେ ଓ ଲୋକସଭା ପାଇଁ ୧୪ ବିଜେପି ଓ ୭ ବିଜେଡ଼ି ଆସନ ପାଇଁ ମେଣ୍ଟ ଚର୍ଚ୍ଚା ଜୋର ଧରିଛି । ଯଦି ମେଣ୍ଟ ହେବ, ଏହାର ଆବଶ୍ୟକତା କାହା ପାଇଁ ଅଧିକ? ଫାଇଦାରେ ରହିବ କିଏ? ବିଜେଡି ନା ବିଜେପି?

ସଦ୍ୟ ପ୍ରକାଶିତ ଜାତୀୟ ସର୍ଭେ ରିପୋର୍ଟରେ ନବୀନଙ୍କ ଲୋକପ୍ରିୟତା ସର୍ବାଗ୍ରେ, ଏମିତି କି ବିଜେଡ଼ି ବିଧାନ ସଭାର ରେ ୧୨୮ ଓ ଲୋକ ସଭାରେ ୧୮ ସିଟ୍ ପାଇବା ବୋଲି ସର୍ଭେ ରିପୋର୍ଟ ପ୍ରସ୍ତୁତକାରୀ କହିଛନ୍ତି ଯଦି ଏହା ସତ ତେବେ ଏଭଳି ସ୍ଥଳେ ଥିଲା ବେଳେ ବିଜେପି ସହ ସେ କ’ଣ ସତରେ ମେଣ୍ଟ କରିବେ ଏହି ପ୍ରଶ୍ନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି! ପ୍ରାୟ ସମସ୍ତ ଲୋକସଭା ବିଲ୍ ରେ ବିଜେଡ଼ି ବିଜେପି କୁ ସମର୍ଥନ କରି ଆସିଛି । ଏହା ସହ ଅନେକ ବିଷୟରେ ଉଭୟ ଦଳ ବୁଝାମଣା ବି ରହିଛି ତେବେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀରୁ ଫେରିଲା ପରେ ଏହି ମେଣ୍ଟ ଆଲୋଚନାକୁ ମନଗଢ଼ା କହିଛନ୍ତି ।

Advertisement

ଅନ୍ୟପଟେ ମୋଦୀ ନିର୍ବାଚନ ଆଗରୁ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ମଧ୍ୟ ରହିଛି । ତେବେ ମେଣ୍ଟ ନେଇ ଉଠିଥିବା ଆଲୋଚନା କଣ କେବଳ ସାମାଜିକ ଗଣମାଧ୍ୟମରେ ସୀମିତ ରହୁଛି ନା ବାସ୍ତବ ରୂପ ନେଉଛି ତାହାକୁ ଅପେକ୍ଷା । ତେବେ ଖୁବ୍ ଶୀଘ୍ର ଉଭୟ ଦଳ ଉଭୟ ବିଧାନସଭା ଓ ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିବେ ବୋଲି ସୂଚନା ଦେଇ ସାରିଛନ୍ତି ।

Leave a Reply

Your email address will not be published. Required fields are marked *