Pratidin TV

Odisha's Digital News Platform

୨୬/୧୧ ମାଷ୍ଟର ମାଇଣ୍ଡ ଆଜମ ଚୀମାର ର ମୃତ୍ୟୁ , ଭାରତରେ କରିଥିଲା ବଡ ବଡ ଆତଙ୍କି ଆକ୍ରମଣ ..

1 min read

୨୬ ନଭେମ୍ବର ୨୦୦୮ ମସିହା । ମୁମ୍ବାଇରେ ଆତଙ୍କର ଚିତ୍ର ଆଙ୍କିଥିଲେ ଆତଙ୍କବାଦୀ । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ପାଇଁ ଏହି ତାରିଖ ହୋଇଗଲା ଏକ କଳାଦିନ । ପୋଲିସ୍ କର୍ମୀଙ୍କଠାରୁ ଆରମ୍ଭ କରି ସାଧାରଣ ନାଗରିକ ପର୍ଯ୍ୟନ୍ତ ସମସ୍ତେ ହୋଇଥିଲେ ଆତଙ୍କବାଦୀଙ୍କ ଗୁଳିର ଶିକାର । ଆତଙ୍କୀଙ୍କ ହାତରେ ଏକେ-୪୭ର ଗର୍ଜନ ସହ ୬୦ ଘଣ୍ଟା ପାଇଁ ମୁମ୍ବାଇରେ ଚାଲିଥିଲା ଛାତିଥରା ସୈତାନଙ୍କ ଆତଙ୍କରାଜ । ଆଜିବି ସେହି ଚିତ୍ରକୁ ଭୁଲିପାରିନି କେହି ବି ଭାରତୀୟ । ହେଲେ ସେହି ଘଟଣାର ମାଷ୍ଟର ମାଇଣ୍ଡ ଆଜମ ଚୀମାରଙ୍କର ପାକିସ୍ତାନରେ ମୃତ୍ୟୁ ହୋଇଛି ।

ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବାର ମୁଖ୍ୟ ନେତା ଆଜମ ଚିମାରଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ଭାରତରେ ଅନେକ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀମାନଙ୍କ ମଧ୍ୟରୁ ଅନ୍ୟତମ । ଚିମାଙ୍କ ମୃତ୍ୟୁ ଏପରି ଏକ ସମୟରେ ଆସିଛି ଯେତେବେଳେ ପାକିସ୍ତାନ ଭାରତୀୟ ଗୁପ୍ତଚର ସଂସ୍ଥାକୁ ଲଶ୍କର ଆତଙ୍କବାଦୀଙ୍କ ହତ୍ୟା ଘଟଣାରେ ଅଭିହିତ କରିଛି, ଯଦିଓ ଭାରତ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛି । ତେବେ ତାଙ୍କ ମୃତ୍ୟୁକୁ ନେଇ ପାକିସ୍ତାନର ଜିହାଦି ସର୍କଲରେ କଳ୍ପନାଜଳ୍ପନା ଜାରି ରହିଛି । । ରିପୋର୍ଟ ଅନୁଯାୟୀ, ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ୭୦ ବର୍ଷିୟ ଆଜମ ଚିମା ଥିଲେ, ସେ ଏଥିପାଇଁ କସାବ ଏବଂ ଅନ୍ୟ ଆତଙ୍କବାଦୀଙ୍କୁ ତାଲିମ ଦେଇଥିଲେ । ଜୁଲାଇ ୨୦୦୬ ରେ ମୁମ୍ବାଇ ଟ୍ରେନ୍ ବିସ୍ଫୋରଣ ସମେତ ଭାରତରେ ହୋଇଥିବା ଅନେକ ଆତଙ୍କବାଦୀ ଆକ୍ରମଣରେ ସେ ଜଣେ ପ୍ରମୁଖ ଷଡଯନ୍ତ୍ରକାରୀ ବୋଲି ସୂଚନା ରହିଛି । ସେ ୨୬/୧୧ ମୁମ୍ବାଇ ଆକ୍ରମଣରେ ନିଯୁକ୍ତମାନଙ୍କୁ ତାଲିମ ଦେବା ବ୍ୟତୀତ ପୁରା ଯୋଜନା ସଂପୂର୍ଣ୍ଣ କରିବାର ଦାୟିତ୍ୱ ଗ୍ରହଣ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *