Pratidin TV

Odisha's Digital News Platform

ଭୁଲିଗଲେ ଅତିଥି ଦେବୋ ଭବଃ… ଅତିଥି ଚର୍ଚ୍ଚା ସ୍ଥାନରେ କଲେ କୁକର୍ମ

1 min read

ଦେଶର କଳା ଐତିହ୍ୟ ବିଦେଶିନୀମାନଙ୍କୁ ଟାଣି ଆଣିଥାଏ । ତା ସହିତ ଅତିଥି ଚର୍ଚ୍ଚା ପାଇଁ ସାତ ଦରିଆ ପାର ହୋଇ ଧାଇ ଆସିଥାନ୍ତି ପର୍ଯ୍ୟଟକ । ଅତିଥି ଦେବୋ ଭବଃ ଅର୍ଥାତ ଅତିଥି ହିଁ ହେଉଛନ୍ତି ଦେବତା | କିନ୍ତୁ ଗତକାଲି ରାତିରେ ଘଟିଛି ହୃଦୟବିଦାରକ ଘଟଣା |ଏହି ଘଟଣା ପରେ ଦେଶ ଲଜ୍ୟା ପାଇଛି | ଜଣେ ବିଦେଶିନୀଙ୍କ ହୋଇଛି ଗଣ ଦୁଷ୍କର୍ମ |

ସୂଚନା ମୁତାବକ, ସ୍ପେନୀୟ ମହିଳା ଓ ତାଙ୍କ ସ୍ୱାମୀ ବାଇକ ଆରୋହୀ | ସେମାନେ ଏପରି ବୁଲି ଏକ୍ସପ୍ଲର କରିଥାନ୍ତି | ଗତକାଲି ସେମାନେ ବିଳମ୍ବିତ ରାତିରେ ବାଇକ ଚଳାଇ ଡୁମକାରେ ଥିବା କୁଞ୍ଜି ଗାଁରେ ତମ୍ବୁ ଟାଣି ରହିଥଲେ | ପରେ ସେମାନେ ବିହାରର ଭାଗଲପୁର ଅଭିମୁଖେ ଯାତ୍ରା କରିଥିଲେ । ସେହି ସମୟରେ ଘଟିଥିଲା ଅଘଟଣ | ସେହି ସମୟରେ ମହିଳା ଜଣକ ହୋଇଥିଲେ ଗଣଦୁଷ୍କର୍ମର ଶିକାର | ସୂଚନା ଅନୁସାରେ ପ୍ରାୟ ୮ ରୁ ୧0 ଜଣ ଏପରି ଅମାନୁଷିକ କାର୍ଯ୍ୟ କରିଥିବା ଜଣାପଡିଛି | ଘଟଣାଟି ହନ୍ସଡିହା ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା କୁରୁମାହାଟରେ ଘଟିଛି ।ଏହି ଦୁଷ୍କର୍ମର ଶିକାର ହୋଇଥିବା ସ୍ପେନୀୟ ମହିଳା ଜଣକ ନିକଟସ୍ଥ ଡାକ୍ତରଖାନରେ ଚିକତ୍ସାଧୀନ ଅବସ୍ଥାରେ ଅଛନ୍ତି |

Advertisement

ଏହି ଘଟଣା ଘଟିବା ପରେ ହୋଇଥିଲା ଅଭିଯୋଗ | ଏହି ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ ରଖିଛି | ସୂଚନା ଅନୁସାରେ ଜଣାପଡିଛି ମହିଳା ଓ ତାଙ୍କ ସ୍ୱାମୀ ଟୁରିଷ୍ଟ ଭିସା ନେଇ ଭାରତ ଆସିଥିଲେ | ସେମାନେ ଏପରି ଦେଶ ଦେଶ ପରିଭ୍ରମଣ କରିଥାନ୍ତି | ସେମାନେ ଏସିଆ ଭ୍ରମଣ କରିବାକୁ ବାହାରିଥିଲେ | ପ୍ରଥମେ ପାକିସ୍ତାନ ଯାଇ ସେଠାରୁ ବାଂଲାଦେଶ ଯାଇଥିଲେ |

Leave a Reply

Your email address will not be published. Required fields are marked *