Pratidin TV

Odisha's Digital News Platform

ମାଟିର ଉର୍ବରତା ମାପିବ ରୋଭର୍….ଘରେ ବସି ସମସ୍ତ ତଥ୍ୟ ପାଇପାରିବେ ଚାଷୀ

1 min read

ଏଣିକି ମାଟିର ଉର୍ବରତା ମାପିବ ରୋଭର୍ । ମାଟିର ନମୁନା ସଂଗ୍ରହ କରି ଜବକ୍ଷାରଜାନ, ଫସଫରସ ଓ ପୋଟାସିୟମର ଦେବ ତଥ୍ୟ । କେବଳ ସେତିକି ନୁହେଁ ଚାଷ ଜମିକୁ ଆଉ ଯିବାକୁ ପଡ଼ିବନି କି ପରିକ୍ଷାଗାରକୁ ଯାଇ କରିବାକୁ ପଡ଼ିବନି ଘଣ୍ଟା ଘଣ୍ଟା ଅପେକ୍ଷା । ଜଣେ ଚାଷୀ ଘରେ ବସି ପାଇପାରିବ ସମସ୍ତ ତଥ୍ୟ । ଏଭଳି ଏକ ରୋଭର ତିଆରି କରିଛନ୍ତି ବୋସ୍ ର ଇଲେଟ୍ରିକାଲ ଇଞ୍ଜିନିୟରିଙ୍ଗ ବିଭାଗର ଛାତ୍ରଛାତ୍ରୀ ।

ଭୁବନାନନ୍ଦ ଓଡ଼ିଶା ଯାନ୍ତ୍ରିକ ବିଦ୍ୟାଳୟର ଇଲେଟ୍ରିକାଲ ଇଞ୍ଜିନିୟରିଙ୍ଗ ବିଭାଗର ସୁରଭି ରାଉତ ଓ ଶୁଭଙ୍କର ପ୍ରଧାନ ଚଳାଇଛନ୍ତି ପ୍ରୟାସ । ତିଆରି କରିଛନ୍ତି ଏକ ରୋଭର୍ । ଏହି ରୋଭର୍ ବ୍ୟାଟେରୀ ଦ୍ୱାରା ଚାଲୁଥିବା ବେଳେ ଏହାର ସମ୍ମୁଖ ଭାଗରେ ଖଞ୍ଜାଯାଇଛି କ୍ୟାମେରା । ଯାହା ଚାଷ ଜମିରୁ ଲାଇଭ(ଜୀବନ୍ତ) ଛବି ଦେଖାଇବ । ଯାହାଦ୍ଵାରା ଜଣେ ଚାଷୀ ଘରେ ବସି ଏହି ରୋଭର୍ କୁ ପରିଚାଳିତ କରିପାରିବ । ସେହିଭଳି ଏହି ରୋଭର୍ ରେ ରହିଛି ଦୁଇଟି ସେନସର୍ । ଗୋଟିଏ ସେନ୍ସର୍ ମୃତ୍ତିକାର ଆଦ୍ରତା ମାପିବା ଏବଂ ଦ୍ଵିତୀୟ ସେନସରଟି ଏନ.ପି.କେ ଅର୍ଥାତ୍ ନାଇଟ୍ରୋଜେନ୍, ଫସଫରସ, ପଟାସିୟମ୍ ର ପରିମାଣ ମାପିବାରେ ସହାୟକ ହେବ । ଏକ ସୋଲାର ପ୍ୟାନେଲର ମଧ୍ୟ ବ୍ୟବହାର କରାଯାଇଛି । ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ୫୦ ମିଟର ପର୍ଯ୍ୟନ୍ତ କଭର୍ କରୁଥିବା ବେଳେ ବଡ଼ ବଡ଼ ଚାଷ ଜମିରେ କିଭଳି ଏହାକୁ ବ୍ୟବହାର କରାଯିବ ଏ ନେଇ ଛାତ୍ର ଛାତ୍ରୀମାନେ କରୁଛନ୍ତି ଗବେଷଣା ।

Advertisement

ଦୀର୍ଘ ଚାରିମାସ ହେବ ଚାଲିଛି ଗବେଷଣା । ଭୁବନାନନ୍ଦ ଓଡ଼ିଶା ଯାନ୍ତ୍ରିକ ବିଦ୍ୟାଳୟର ଇଲେଟ୍ରିକାଲ ଇଞ୍ଜିନିୟରିଙ୍ଗ ବିଭାଗର ବିଭାଗୀୟ ମୁଖ୍ୟଙ୍କ ତତ୍ତ୍ଵାବଧାନରେ ଆରମ୍ଭ ହୋଇଥିବା ଏହି ରୋଭର ଗବେଷଣାରେ ସାମିଲ୍ ହୋଇଛନ୍ତି ଇଲେଟ୍ରିକାଲ ଇଞ୍ଜିନିୟରିଙ୍ଗ ବିଭାଗର ଫାକଲ୍ଟି ଏବଂ ୩୦ ଜଣ ଛାତ୍ରଛାତ୍ରୀ । ତେବେ ୫୦ ହଜାର ଟଙ୍କାରେ ପ୍ରସ୍ତୁତ ହେଇଥିବା ଏହି ରୋଭର୍ ର ୯୦ ପ୍ରତିଶତ କାମ ସରିଥିବା ବେଳେ ଜିପିଏସ କଣ୍ଟ୍ରୋଲ ବ୍ୟବସ୍ଥା ବାକି ରହିଛି । ଯାହାକି ଆଉ କିଛି ଦିନର ବ୍ୟବଧାନରେ ଏହା ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯିବ । ତେବେ ଜଣେ ଚାଷୀର ଶସ୍ୟ ଉତ୍ପାଦନ ନିମନ୍ତେ ଯାହା ଆବଶ୍ୟକ ତାହା ଏହି ରୋଭର୍ ବହୁ ପରିମାଣରେ ସାହଯ୍ୟ କରିବା ସହ ଚାଷ ପୂର୍ବରୁ ମାଟିରେ କେତେ ପରିମାଣରେ ଉର୍ବରତା ରହିଛି ଓ ଅନୁର୍ବର ଥିଲେ ଏହାକୁ କିଭଳି ସାର ଓ ଖତ ଦ୍ବାରା ଉର୍ବରତା ବୃଦ୍ଧି କରାଯାଇପାରିବ ତାହା ଏହି ରୋଭର୍ ମାଧ୍ୟମରେ ଜଣାପଡ଼ିବ ବୋଲି କହିଛନ୍ତି ବୋସ୍ ର ଅଧ୍ୟକ୍ଷ ଡ଼କ୍ଟର ହୃଷୀକେଶ ମହାନ୍ତି ।

ଭାରତରେ ୬୦ ପ୍ରତିଶତ ଜମି ଚାଷ ପାଇଁ ବ୍ୟବହାର କରାଯାଉଥିବା ବେଳେ ଦେଶର ଅନେକ ଜାଗାରେ ଜମିର ଉର୍ବରତା ଧିରେ ଧିରେ କମିଯାଉଛି । ଯାହା ଫଳରେ ଉତ୍ପାଦନ ହ୍ରାସ ପାଇବାକୁ ଲାଗିଲାଣି । ଏହାରି ଭିତରେ ଏହି ରୋଭାର୍ ବେଶ୍ ସହାୟକ ହେବ ବୋଲି ଆକଳନ କରାଯାଉଛି ।

Leave a Reply

Your email address will not be published. Required fields are marked *