Pratidin TV

Odisha's Digital News Platform

ରାତି ଅନ୍ଧାରରେ ପ୍ରେମିକା ଘରକୁ ଯିବା ହେଲା କାଳ…..ଯୌନାଙ୍ଗ କାଟିଦେଲେ ପରିବାର ଲୋକ

1 min read

ରାତି ଅନ୍ଧକାରରେ ନିଜ ପ୍ରିୟାକୁ ଭେଟିବା ପଡିଲା ପ୍ରେମିକକୁ ମହଙ୍ଗା | ବିହାରରେ ବକ୍ସରରେ ଘଟିଛି ଆଶ୍ଚର୍ଯ୍ୟଜନ ଘଟଣା | ପ୍ରେମିକା ଡାକିଥିଲା ପ୍ରେମିକକୁ ନିଜ ଘରକୁ | କିନ୍ତୁ ପ୍ରେମିକା ସହ ଭେଟିବା ହେଲା ଅସଫଳ | ପ୍ରେମିକା ପରିବାର ହାତରେ ଧରାପଡିଗଲେ ପ୍ରେମିକ | ମାଡ଼ ଖାଇ ପ୍ରେମିକା ଘରୁ ମେଡିକାଲରେ ପହଞ୍ଚିଗଲେ ପ୍ରେମିକ

ତେବେ ପ୍ରେମିକା ପରିବାର ଲୋକଙ୍କ ମାଡ଼ ପରେ ଯୁବକଟି ଗୁରୁତର ଅବସ୍ଥାରେ ମେଡିକାଲରେ ଚିକତ୍ସାଧୀନରେ ଅଛନ୍ତି | ସୂଚନା ମୁତାବକ, ବିହାରରେ ବକ୍ସରରେ ଜଣେ ପ୍ରେମିକା ତା’ ପ୍ରେମିକକୁ ନିଜ ଘରକୁ ଡାକିଥିଲା | ହେଲେ ପରିବାର ହାତରେ ଧରପଡିଗଲା ପ୍ରେମିକ | ପରେ ତାକୁ ଖାଲି ମାଡ଼ ନୁହେଁ ଧାରୁଆ ଅସ୍ତ୍ରରେ ତା’ ଯୌନାଙ୍ଗକୁ ମଧ୍ୟ କାଟିଦେଇଥିଲେ | ପରେ ସେ ମରିଯାଇଥିବା ଭାବି ତାକୁ ରାସ୍ତରେ ଫିଙ୍ଗି ଦେଇଥିଲେ | ତେବେ ପାଖ ପାଖି ଲୋକ ଦେଖି ତାଙ୍କୁ ଉଦ୍ଧାରର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ |

Advertisement

ଏହି ଘଟଣା ହେବା ପରେ ବକ୍ସର ପୋଲିସ ସ୍ପେସିଆଲ ଦଳ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ | ଡୁମାରାବ ପୋଲିସ ଷ୍ଟେସନରେ ଯୁବକଙ୍କ ଅଭିଯୋଗ ରୁଜୁ କରାଯାଇଛି | ଏହି ଘଟଣା ପରେ ଯୁବକଙ୍କ ପରିବାର ଲୋକେ ପୋଲିସଠାରୁ ନ୍ୟାୟ ସହ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବି କରିଛନ୍ତି | ଅନ୍ୟପଟେ ଯୁବକଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି ଯେ ତାଙ୍କର ଯୌନାଙ୍ଗକୁ ତୀକ୍ଷ୍ଣ ଅସ୍ତ୍ରରେ କାଟିଥିବା ଯୋଗୁଁ ଯୁବକଙ୍କ ଯୌନାଙ୍ଗର ସ୍ନାୟୁ ନଷ୍ଟ ହୋଇଯାଇଛି | ଏବଂ ସେ ଏବେ ଚିକତ୍ସାଧୀନ ଅବସ୍ଥାରେ ଅଛନ୍ତି |

Leave a Reply

Your email address will not be published. Required fields are marked *