Pratidin TV

Odisha's Digital News Platform

କେନ୍ଦ୍ର ସରକାର ଓ ଆଇଟି ମନ୍ତ୍ରୀଙ୍କ ହସ୍ତକ୍ଷପ ପରେ ପୁଣି ରିଷ୍ଟୋର ହେଲା ଭାରତୀୟ ୧୦ ଆପ

ପୁଣି ରିଷ୍ଟୋର ହେଲା ବ୍ୟାନ ହୋଇଥିବା ୧୦ଟି ଭାରତୀୟ ଆପ | ତେବେ କହିରଖୁଛୁ ଯେ, ଗତ ଶୁକ୍ରବାର ଦିନ ଗୁଗୁଲ ପ୍ଲେ ଷ୍ଟୋରରୁ ଭାରତୀୟ ୧୦ଟି ଆପକୁ ବ୍ୟାନ କରିଦେଇଥିଲା | ହେଲେ ଶନିବାର ଦିନ ତାହାକୁ ପୁଣି ରିଷ୍ଟୋର କରାଯାଇଛି | ତେବେ ଏନେଇ ନରେନ୍ଦ୍ର ମୋଦି ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ହସ୍ତକ୍ଷପ ପରେ ଏହା ପୁଣି ରିଷ୍ଟୋର ହୋଇପାରିଛି |

ଗତ ଶୁକ୍ରବାର ଦିନ ଗୁଗୁଲ ସର୍ଭିସିଂ ପେ ବିବାଦରେ ଭାରତର କେତୋଟି ଜଣାଶୁଣା ଆପକୁ ବ୍ୟାନ କରିଦେଇଥିଲା | ଏହା ପରେ କେନ୍ଦ୍ର ସରକାରଙ୍କ ସହ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରିଆକ୍ଟ କରିଥିଲେ | ଏହି ପ୍ରସଙ୍ଗରେ ମୋଦୀ ସରକାର କଠୋର ମନୋଭାବ ପ୍ରଦର୍ଶନ କରିଥିଲେ । ଗୁଗୁଲ ଏବଂ ଭାରତୀୟ ଆପ୍ ଡେଭଲପର୍ମାନଙ୍କ ସହ ସରକାର ବୈଠକ ପାଇଁ କହିଥିଲେ । କିନ୍ତୁ, ମିଟିଂ ପୂର୍ବରୁ ଗୁଗୁଲ ଭାରତୀୟ ଆପ୍ ବିରୋଧରେ ନିଆଯାଇଥିବା ନିଷ୍ପତ୍ତି ପ୍ରତ୍ୟାହାର କରିନେଇଛି। ଏହାର ଅର୍ଥ ହେଉଛି ଗୁଗୁଲ ଭାରତୀୟ ଆପ୍ ଆଉ ହଟେଇବ ନାହିଁ ଯାହା ପ୍ଲେ ଷ୍ଟୋରପୂର୍ବରୁ ହଟାଇଦେଥିଲେ | ବର୍ତ୍ତମାନ ସେହି ସମସ୍ତ ଆପ୍ ପ୍ଲାଟଫର୍ମରେ ଉପଲବ୍ଧ ହୋଇଛି |

Leave a Reply

Your email address will not be published. Required fields are marked *