Pratidin TV

Odisha's Digital News Platform

ବର୍ଷାରେ ଧସିଲା ରାସ୍ତା ଖାଲରେ ଝୁଲି ରହିଲା କାର

ଲଖନଉରୁ ଆଶ୍ଚର୍ଯ୍ୟଜନକ ଖବର | ବର୍ଷରେ ଧସିଲା ରାସ୍ତା | ରାସ୍ତାରେ ହୋଇଗଲା ୨0 ଫୁଟ ଗଭୀର ଖାଲ | ଖଳାରେ ଝୁଲି ରହିଛି ଲାଲ କାର | ବିକାଶ ନଗର ଅଞ୍ଚଳରେ ଏବେ ଗୋଟେ ଫଟୋ ଏବେ ବେଶ ଭାଇରାଲ ହେବାରେ ଲାଗିଛି |

ଏବେ ବର୍ଷା ଜାରି ରହିଛି ଉତ୍ତରପ୍ରଦେଶର ରାଜଧାନୀ ଲଖନଉରେ | ବର୍ଷା ଯୋଗୁଁ ଧସିପଡିଛି ରାସ୍ତା | ରାସ୍ତା ଧସିଯାଇ ବଡ ଗୁମ୍ଫାର ଗାତ ସୃଷ୍ଟି କରିଥିଲା | ସେହି ସମୟରେ ଯାଉଥିବା ଲାଲ ରଙ୍ଗର କାର ଝୁଲିପଡିଥିବାର ଦେଖିବାକୁ ମିଳିଥିଲା | ତେବେ ପୋଲିସ ସୂଚନା ପାଇଲା ପରେ ଘଟଣାସ୍ଥଳରେପହଞ୍ଚି ସେହି ସ୍ଥାନକୁ ସିଲ କରିଛି | ଏବଂ କ୍ରେନ କର୍ମୀଙ୍କୁ ଡକାଯାଇ କାରକୁ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା |

ଉତ୍ତରପ୍ରଦେଶରେ ବର୍ଷା ହେବା ଦ୍ୱାରା ଏମିତି ହେବା କିଛି ନୂଆ କଥା ନୁହେଁ | ଗତ ବର୍ଷ ମଧ୍ୟ ଏପରି କିଛି ଘଟଣା ଘଟିଥିଲା | ବର୍ଷ ହେବା ଯୋଗୁଁ ରାସ୍ତା ଧସିଯାଇଥିଲା | ସେଥିରେ ପୋଲିସର ଗାଡି ଝୁଲିପଡିଥିବାର ଘଟଣା ଥିଲା | ଏହି ଘଟଣାରେ ଦୁଇ ଲୋକ ଗମ୍ଭୀର ଭାବରେ ଗୁରୁତର ହୋଇଥିଲେ |

ତେବେ କାରରେ କୌଣସି କ୍ଷୟକ୍ଷତି ହୋଇନଥିବା ନେଇ ସୂଚନା ମିଳିଛି | ଏବଂ ତୁରନ୍ତ ରାସ୍ତା ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଚଜି |

Leave a Reply

Your email address will not be published. Required fields are marked *