Pratidin TV

Odisha's Digital News Platform

ତିନି ଏକର ଜମି ପାଇଁ ମହାଭାରତ……ମା’ ର ଚୁଟି ଟାଣି ନିର୍ଦ୍ଧୁମ ଛେଚିଲା ପୁଅ

ଭୁଲିଗଲା ସମ୍ପର୍କ | ଭୁଲିଗଲା ବାପା ମା’ ଙ୍କ ପ୍ରେମ | ଯେଉଁ ବାପା ମା’ ପାଳନପୋଷଣ କଲେ ତାଙ୍କୁ ନିର୍ଦ୍ଧୁମ ପିଟିଲା ଜନ୍ମ କଲା ପୁଅ | ଏଭଳି ଅଭାବନୀୟ ଘଟଣା ଆନ୍ଧ୍ରପ୍ରଦେଶ ଅନ୍ନାମୟା ଜିଲ୍ଲାରେ ଦେଖିବାକୁ ମିଳିଛି। ଯାହାର ଭିଡ଼ିଓ ଏବେ ବହୁତ ଭାଇରାଲ ହେବାରେ ଲାଗିଛି |

ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶ ଅନ୍ନାମୟା ଜିଲ୍ଲା ମଦନପାଲ୍ଲିର ଶ୍ରୀନିବାସୁଲୁ ରେଡ୍ଡି ନାମକ ଜଣେ ବ୍ୟକ୍ତି ନିଜ ପିତାମାତାଙ୍କୁ ଅକଥନୀୟ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଭାରାଲ ହୋଇଥିବା ଘଟଣାର ଭିଡ଼ିଓରେ ଦେଖିବାକୁ ମିଳିଥିଲା, ଜମି ମାମଲା ପାଇଁ ଅଭିଯୁକ୍ତ ଶ୍ରୀନିବାସୁଲୁ ନିଜ ମା’ କୁ ମାରୁଥିବାର ଦେଖିବାକୁ ମିଳିଥିଲା | ସେ ପ୍ରଥମେ ନିଜ ମା’ର ଚୁଟି ଟାଣି ନିର୍ମମ ଭାବେ ଚାପୁଡ଼ା ମାରୁଥିବାର ଦେଖିବାକୁ ମିଳିଥିଲା | ଏହାପରେ କାନ୍ଦି ବିକାଳି ହୋଇ ଛାଡି ଦେବାକୁ ପୁଅକୁ କହିଥିଲେ ମଧ୍ୟ ନିର୍ଦୟ ପୁଅ ଦେଖିପାରିନଥିଲା ମା’ର କଷ୍ଟ | ଏହାପରେ ପୁଅ ଦେଇଥିଲା ମା’କୁ ଗୋଇଠା ଯାହାଫଳରେ ମା’ ଛିଟିକି ପଡିଯାଇଥିଲା | ପାଖରେ ଥିବା ବାପାର ମଧ୍ୟ ସମାନ ଅବସ୍ଥା କରିଥିଲା ପୁଅ |

ସୂଚନା ମୁତାବକ, ବଡ଼ ଭାଇ ମନୋହର ରେଡ୍ଡୀଙ୍କୁ ଦିଆଯାଇଥିବା ତିନି ଏକର ଜମିରେ ଶ୍ରୀନିବାସୁଲୁ ଅସନ୍ତୁଷ୍ଟ ଥିବା ଏବଂ ତାଙ୍କ ବାପା ଭେଙ୍କଟ୍ରାମନ୍ ଓ ମା’ ଲକ୍ଷ୍ମମା ଏହାକୁ ବଦଳାଇବା ପାଇଁ ଚାହୁଁଥିଲେ। ବୃଦ୍ଧ ଦମ୍ପତି ପୋଲିସକୁ କହିଛନ୍ତି ଯେ ଯେତେବେଳେ ସେମାନେ ଶ୍ରୀନିବାସୁଲୁ ଦାବିରେ ଦସ୍ତଖତ କରିବାକୁ ରାଜି ହୋଇଥିଲେ ମଧ୍ୟ ସେ ସେମାନଙ୍କୁ ନିର୍ଯାତନା ଜାରି ରଖିଥିଲା । ଦରମରା ବୃଦ୍ଧା ଦମ୍ପତି ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

Leave a Reply

Your email address will not be published. Required fields are marked *