Pratidin TV

Odisha's Digital News Platform

ସ୍ୱପ୍ନର ସହରରେ ଛୁଟି କାଟୁଛନ୍ତି ଅଭିନେତ୍ରୀ ରଶ୍ମିକା , ଫଟୋ ସେୟାର କରି ଲେଖିଲେ ମନର କଥା ..

1 min read

ନ୍ୟାସନାଲ କ୍ରସ୍ ଭାବେ ପରିଚିତ ଅଭିନେତ୍ରୀ ରଶ୍ମିକା ମନ୍ଦନା । ନିଜର ଚୁଲୁବୁଲି ଅନ୍ଦାଜ ନିଜର ଅଭିନୟ ଦ୍ୱାରା ସମସ୍ତଙ୍କୁ ପାଗଳ କରିଥାନ୍ତି । କେବଳ ସାଉଥ୍ ନୁହେଁ ସାରା ଭାରତରେ ରହିଛି ତାଙ୍କର ଦବ୍‌ଦବା । ସେ ତାଙ୍କର ପ୍ରଫେସନାଲ ଲାଇଫ୍ ଠାରୁ ପର୍ସିନାଲ ଲାଇଫକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ବର୍ତ୍ତମାନ ଅଭିନେତ୍ରୀ ତାଙ୍କର ସ୍ୱପ୍ନର ସହରରେ ଛୁଟି କାଟୁଛନ୍ତି । ଯାହାର ଫଟୋ ଅଭିନେତ୍ରୀ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଫଟୋ ସେୟାର କରି ଅଭିନେତ୍ରୀ କ୍ୟାପସନରେ ଏକ ନୋଟ ମଧ୍ୟ ଲେଖିଛନ୍ତି । ଫଟୋରେ ରଶ୍ମିକା ମନ୍ଦନା ଏକ କଳା-ଗେଲ୍ଡେନ ରଙ୍ଗର ପୋଷାକରେ ନଜର ଆସିଛନ୍ତି ।

ଫଟୋ ସେୟାର କରି ରଶ୍ମିକା କ୍ୟାପସନରେ ଲେଖିଛନ୍ତି ଯେ, ଜାପାନ ଏକ ଏଭଳି ଯାଗା ଯେଉଁଠାକୁ ଯିବା ପାଇଁ ବହୁତ ବର୍ଷ ଧରି ସ୍ୱପ୍ନରେ ଦେଖିଥିଲି…ପିଲାବେଳୁ କେବେ ଭାବି ନ ଥିଲି ଯେ ଏହା ସମ୍ଭବ ହେବ ବୋଲି…ଏଠାକୁ ଆସିବାର ସ୍ୱପ୍ନ ସତ ହୋଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଠାରେ ସମସ୍ତଙ୍କଠୁ ସ୍ନେହ ପାଇବା, ଏଠାର ଖାଇବା, ପାଣି, ପବନ ଓ ଏଠାର ସ୍ୱଚ୍ଛ ସ୍ଥାନ, ଏତେ ସୁନ୍ଦର ଲୋକ…ଏଠାରେ ସବୁକିଛି ଅଦ୍ଭୁତ ! ଧନ୍ୟବାଦ ଜାପାନ! ପ୍ରକୃତରେ ମୋର ତମ ପାଇଁ ଭଲ ପାଇବା ଅଛି ଏବଂ ତୁମେ ପ୍ରକୃତରେ ବହୁତ ସ୍ୱତନ୍ତ୍ର…ମୁଁ ବର୍ତ୍ତମାନ ପ୍ରତିବର୍ଷ ଏଠାକୁ ଆସିବି ।ସେୟାର କରିଥିବା ଲାଟେଷ୍ଟ ଫଟୋରେ ରଶ୍ମିକା ପୋଜ ଦେଇଥିବା ନଜର ଆସିଛନ୍ତି । ଗୋଲ୍େଡନ ଗାଉନରେ ରଶ୍ମିକା ବହୁତ ସୁନ୍ଦର ଓ ଷ୍ଟାଇଲିସ ଲାଗୁଛନ୍ତି ।

Advertisement

Leave a Reply

Your email address will not be published. Required fields are marked *