Pratidin TV

Odisha's Digital News Platform

ଅଲଗା ହେବେନି ଅଭିଷେକ-ଐଶ୍ୱର୍ଯ୍ୟା , ଅମ୍ବାନୀ ପୁଅର ପ୍ରି-ୱେଡିଂରେ ଏକାଠି ଆସିଲେ ନଜର ..

1 min read

ଗୁଜୁରାଟର ଜାମନଗରରେ ଗତ ତିନି ଦିନ ଧରି ଚାଲିଥିବା ମାର୍ଚ୍ଚ ୩ ତାରିଖ ରାତିରେ ମୁକେଶ ଅମ୍ବାନି ଏବଂ ନୀତା ଅମ୍ବାନିଙ୍କ ପୁଅ ଅନନ୍ତ ଅମ୍ବାନି ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରିୱେଡିଂ ଉତ୍ସବ ଶେଷ ହୋଇଛି । ତିନି ଦିନ ଧରି ଚାଲିଥିବା ଏହି ଉତ୍ସବରେ ବଲିଉଡ ଠାରୁ ହଲିଉଡ ପର୍ଯ୍ୟନ୍ତ ଏବଂ ଦେଶ ତଥା ବିଶ୍ୱର ସମସ୍ତ ବଡ ବ୍ୟକ୍ତିତ୍ୱ ଅଂଶଗ୍ରହଣ କରିଥିଲେ ।ଉତ୍ସବର ତୃତୀୟ ଦିନରେ ଅର୍ଥାତ୍ ୩ ମାର୍ଚ୍ଚରେ ବଚ୍ଚନ ପରିବାର ମଧ୍ୟ ଜାମନଗରରେ ପହଞ୍ଚିଥିଲେ ।

ଏହି ଉତ୍ସବ ସମାପ୍ତ ହୋଇଥିଲେ ମଧ୍ୟ ଏହି ଉତ୍ସବର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ଯେଉଁଥିରେ ଅଭିଷେକ ବଚ୍ଚନ ଏବଂ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ନିଜ ଝିଅ ଆରାଧ୍ୟା ବଚ୍ଚନଙ୍କ ସହ ଉତ୍ସବକୁ ଉପଭୋଗ କରୁଥିବା ନଜର ଆସିଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଆରାଧ୍ୟା ବଚ୍ଚନ ତିନି ଜଣ ଯାକ ସବୁଜ ରଙ୍ଗର ପୋଷାକରେ ନଜର ଆସିଛନ୍ତି ।

Advertisement

ଏହି ସମୟରେ ଐଶ୍ୱର୍ଯ୍ୟା ଏବଂ ଝିଅ ଆରାଧ୍ୟା ଉତ୍ସବକୁ ଖୁବ ଉପଭୋଗ କରୁଥିବା ଦେଖିବାକୁ ମିଳିଛି । ସେପଟେ ଅଭିଷେକ ମଧ୍ୟ ଉଭୟଙ୍କ ସହ ଉତ୍ସବକୁ ଉପଭୋଗ କରୁଛନ୍ତି । ଗତ କିଛିଦିନ ତଳେ ଅଭିଷେକ-ଐଶ୍ୱର୍ଯ୍ୟାଙ୍କ ଛାଡପତ୍ର କୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଅନନ୍ତ ରାଧୀକାଙ୍କ ପ୍ରି-ୱେଡିଂରେ ଏକାଠି ନଜର ଆସି ସମୋନଙ୍କ ଅଲଗା ହେବା ଗୁଜବକୁ ଖଣ୍ଡନ କରିଛନ୍ତି ।

Leave a Reply

Your email address will not be published. Required fields are marked *