Pratidin TV

Odisha's Digital News Platform

ରାଜ୍ୟରେ ୨ ଦିନ ପ୍ରବଳ ବର୍ଷିବ : ୧୪ ଜିଲ୍ଲାକୁ ଅରେଞ ୱାର୍ଣ୍ଣିଂ ସହ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

1 min read

ଭୁବନେଶ୍ୱର : ଆଗାମୀ ୧୨ ଘଣ୍ଟା ମଧ୍ୟରେ ଉତ୍ତର-ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଫଳରେ ପରବର୍ତ୍ତି ୨୪ଘଣ୍ଟା ମଧ୍ୟରେ ଲଘୁଚାପ ଆହୁରି ଘନୀଭୂତ ହୋଇ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଅବପାତର ରୂପ ନେବା ଫଳରେ ରାଜ୍ୟରେ ୩ ଦିନ ଧରି ବର୍ଷା ଲାଗିରହିବ । ଏହା ୧୩ ରେ ଉପକୂଳ ଓଡିଶାକୁ ପ୍ରଭାବିତ କରିବା ସହ ୧୪ ରେ ଆଭ୍ୟନ୍ତରୀଣ ସହ ପଶ୍ଚିମ ଓଡିଶାକୁ ପ୍ରଭାବିତ କରିବ । ଏନେଇ ପାଣି ପାଗ ବିଭାଗ ପକ୍ଷରୁ ୧୪ ଟି ଜିଲ୍ଲାକୁ ଅରେଞ ୱାର୍ଣ୍ଣିଂ ସହ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିକରାଯାଇଛି ।

ତେବେ ଅରେଞ୍ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡିକ ହେଲା ବାଲେଶ୍ୱର ,ଭଦ୍ରକ,ଯାଜପୁର,କେନ୍ଦ୍ରାପଡା,ଜଗତସିଂହପୁର,କଟକ,ଖୋର୍ଦ୍ଧା ,ପୁରୀ ,ନୟାଗଡ,ଗଞାମ,ଗଜପତି,ଢେଙ୍କାନାଳ,କନ୍ଧମାଳ,ଓ କଳାହାଣ୍ଡି । ସେହିପରି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡିକ ହେଲା ମାଲକାନାଗିରି,କୋରାପୁଟ,ନବରଙ୍ଗପୁର,ରାୟଗଡା,ନୂଆପଡା,ବଲାଙ୍ଗିର,ବୌଦ୍ଧ,ସୋନପୁର,ବରଗଡ,ସମ୍ବଲପୁର,ଅନୁଗୁଳ,ଝାରସୁଗୁଡା,ସୁନ୍ଧରଗଡ,ଦେଓଗଡ,ମୟୁରଭଞ ଓ କେନ୍ଦୁଝର ।

Advertisement


ତେବେ ଅତିପ୍ରବଳ ତଥା ଅତ୍ୟନ୍ତ ପ୍ରବଳ ବର୍ଷା ପ୍ରଭାବରେ ତଳୁଆ ଅଞ୍ଚଳରେ ପାଣି ଜମିବା ସହ, ସହରୀ ବନ୍ୟା ପରିସ୍ଥିତି ଉପୁଜିବା ତଥା ଅଣ୍ଡର-ପାସ ରୋଡ଼ ରେ ପାଣି ଜମିବା ସହ, ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ଦେଖାଦେଇପାରେ ।ଏହା ସହ ଓଡିଶା ଉପକୂଳ ଏବଂ ତାର ଆଖପାଖ ଅଞ୍ଚଳରେ ଝଡ ପବନ ଘଣ୍ଟାପ୍ରତି ୪୫ ରୁ ୫୫ କିମି ସହ ସର୍ବାଧିକ ୬୫ କିମି ଯାଏଁ ରହିବ । ଏନେଇ ସମୁଦ୍ର ଅଶାନ୍ତ ରହିବା କାରଣରୁ ମତ୍ସ୍ୟଜୀବୀମାନଙ୍କୁ ୧୫ ତାରିଖ ଯାଏଁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି ।

Leave a Reply

Your email address will not be published. Required fields are marked *