Pratidin TV

Odisha's Digital News Platform

ଜମିପଟ୍ଟା ପାଇଁ ୫ ହଜାର ଲାଞ୍ଚ ନେଉଥିଲେ….ଭିଜିଲାନ୍ସ କଲା ଚଢ଼ାଉ

1 min read

ଜମିପଟ୍ଟା ପାଇଁ ନେଉଥିଲେ ଲାଞ୍ଚ | ଜମିପଟ୍ଟା ଆବେଦନକାରୀ ଦେବାରେ ହୋଇନଥିଲେ ସମର୍ଥ | ୫ ହଜାର ପାଇଁ ଭିଜିଲାନ୍ସ ହାତରେ ଫସିଗଲେ ଅମିନ | ତେବେ ବଲାଙ୍ଗୀର ଜିଲ୍ଲା ଆଗଲପୁର ତହସିଲର ଏକ ମ୍ୟୁଟେଶନ କେସରେ ଜମିପଟ୍ଟା ଯୋଗାଇ ଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେଟଲମେଣ୍ଟ ଅମିନ ସଦାନନ୍ଦ ସାହୁଙ୍କୁ ଗିରଫ କରିଛି ସମ୍ବଲପୁର ଭିଜିଲାନ୍ସ । ନିଜ ଜମିର ପଟ୍ଟା ପାଇବା ସକାଶେ ଗତବର୍ଷ ଜନୈକ ଆବେଦନକାରୀ ଆଗଲପୁର ତହସିଲ କାର୍ଯ୍ୟାଳୟରେ ଏକ ମ୍ୟୁଟେଶନ କେସ ଦାଖଲ କରିଥିଲେ । ତେବେ ଅଦ୍ୟାବଧି ସମ୍ପୃକ୍ତ ଆବେଦନକାରୀ ପଟ୍ଟା ପାଇବାକୁ ସମର୍ଥ ହୋଇ ନଥିଲେ । ଏଥିପାଇଁ ଅମିନ ଶ୍ରୀ ସାହୁ ଆବେଦନକାରୀଙ୍କୁ କୁଆଡେ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଅନ୍ୟ ଉପାୟ ନ ପାଇ ଆବେଦନକାରୀ ଭିଜିଲାନସର ଦ୍ବାରସ୍ଥ ହୋଇଥିଲେ । ଆଜି ସେଟଲ ମେଣ୍ଟ ଅମିନ ସଦାନନ୍ଦ ସାହୁ ନିଜ ଅଫିସ ଚେମ୍ବରରେ ଆବେଦନକାରୀଙ୍କ ଠାରୁ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା । ଅମିନ ଶ୍ରୀ ସାହୁଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଥିବା ବେଳେ ତାଙ୍କର ଆଉ ଦୁଇଟି ଠିକଣାରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି।

Advertisement

Leave a Reply

Your email address will not be published. Required fields are marked *